ଗାଙ୍ଗୁଲିଙ୍କୁ ଟକ୍କର୍‌ ଦେଇ ହେବନି: ଗ୍ରେମ୍‌ ସ୍ମିଥ୍‌

Advertisment
ଗାଙ୍ଗୁଲିଙ୍କୁ ଟକ୍କର୍‌ ଦେଇ ହେବନି: ଗ୍ରେମ୍‌ ସ୍ମିଥ୍‌

Image Courtesy: Youngisthan.in

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଯଦି ଟକ୍କର ଦେବାକୁ ଚାହିଁବ ତେବେ ତୁ‌ମେ ଏହାକୁ ଫେରାଇ ଆଣିବାକୁ ବାଧ୍ୟ ହେବ ‌ବୋଲି ‌ପୂର୍ବତନ ଦକ୍ଷିଣ ଆଫ୍ରିକା ତାରକା ଗ୍ରେମ ସ୍ମିଥ୍‌ ପ୍ରକାଶ କରିଛନ୍ତି। ମୁଁ ଏବେ କିଛି ସମୟ ତାଙ୍କ ସହ ବିଶେଷ କରି ପ୍ରଶାସନିକ ସ୍ତରରେ କାମ କରୁଛି। ଆମେ ଫୋନ୍‌ରେ ବହୁଥର ଆଲୋଚନା କରିଛୁ। ସେ ସବୁବେଳେ ନିଶ୍ଚଳ ଓ ବନ୍ଧୁତ୍ବପୂର୍ଣ୍ଣ ଭାବେ ସର୍ବଦା ଆଲୋଚନା କରିବା ଲାଗି ପସନ୍ଦ କରିଥାନ୍ତି ବୋଲି ସ୍ମିଥ୍‌ କହିଛନ୍ତି। ମୁଁ ଭାବୁଛି ଆମେ ସମସ୍ତେ ନ୍ୟାଟ୍‌ୱେଷ୍ଟ୍‌ ଟ୍ରଫି ଭାରତ ଜିତିବା ‌ପରେ ତାଙ୍କର ଉତ୍ସବ ପାଳନକୁ ମନେରଖିଥିବୁ। ଏହି ସମୟରେ ଦାଦାଙ୍କୁ ‌ଦେଖିବା ମନୋରମ ଥିଲା। କୌତିକିଆ ଭାବେ ନିଆରା ଉତ୍ସବ ପାଳନ କରିବା ସେ ଦେଖାଇଥିଲେ। ଏହି ବିଜୟ ଭାରତୀୟ କ୍ରିକେଟ୍‌କୁ ଆଗକୁ ନେଇଥିଲା ବୋଲି ‌ଷ୍ଟାର ସ୍ପୋର୍ଟ୍ସ ସୋ’ ଦ କ୍ରିକେଟ୍‌ କନେକ୍ଟେଡ୍‌ରେ ସ୍ମିଥ୍‌ କହିଛନ୍ତି। ସ୍ମିଥ୍‌ ମାତ୍ର ୨୨ ବର୍ଷ ବୟସରେ ୨୦୦୩ ମସିହାରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ନିଯୁକ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe