ଗାଙ୍ଗୁଲିଙ୍କ ବିଶ୍ବକପ୍‌ ପୂର୍ବାନୁମାନ

ବିଶ୍ବକପ୍‌ ପରେ ‌ଖେଳ ଜାରି ରଖିବାକୁ ଧୋନିଙ୍କୁ ଗାଙ୍ଗୁଲିଙ୍କ ସମର୍ଥନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍‌ରେ ଦିନିକିଆ ଶୃଙ୍ଖଳା ବିଜୟ ପରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ ଦଳର ବିଶ୍ବକପ୍ ସମ୍ଭାବନା ନେଇ ପୂର୍ବାନୁମାନ କରିଛନ୍ତି। ଭାରତ ଭଲ କରିବ କି ବିଜେତା ହେବ ‌ବୋଲି ସିଧାସଳଖ କହିନଥିଲେ ମଧ୍ୟ ଆନ୍ୟ ଦଳଠାରୁ ଭାରତ ଏବେ ଆଗରେ ବୋଲି ପ୍ରକାଶ କରିଛନ୍ତି। ଆଇସିସି ମାନ୍ୟତାର ଶୀର୍ଷ ୨ ସ୍ଥାନରେ ଥିବାରୁ ଭାରତ-ନ୍ୟୁଜିଲାଣ୍ଡ୍ ଶୃଙ୍ଖଳା ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଭାରତ ପ୍ରାଧାନ୍ୟ ବିସ୍ତାର କରି ପ୍ରଥମ ୩ଟିକୁ ଜିତି ନେଇଛି।‌ କୋହଲିଙ୍କ ଅଧିନରେ ଭାରତ ଏ ପର୍ଯ୍ୟନ୍ତ ୧୦ ଦିନିକିଆ ଶୃଙ୍ଖଳାରୁ ୯ଟି ଜିତି ସାରିଛି। ୨୦୧୫ ବିଶ୍ବକପ୍ ପରଠାରୁ ଭାରତ ମଧ୍ୟ ୫୩ ବିଜୟ ସହିତ ୬୭.୦୯ ପ୍ରତିଶତ ସଫଳତା ପାଇଛି, ଯାହାକି ଅନ୍ୟ ଦଳଠାରୁ ଆଗରେ। ଇଂଲଣ୍ଡ ୫୧ ବିଜୟ ସହିତ ୬୬.୨୩ ପ୍ରତିଶତ ସଫଳତା ପାଇଛି। ୨୦୧୫ ମସିହା ପରଠାରୁ ଭାରତ ମୋଟ ରନ୍‌ର ୫୦ ପ୍ରତିଶତରୁ ଉର୍ଧ୍ବ ସଂଗ୍ରହ କରିଛି। ଏହା ମଧ୍ୟରେ ୩୯ ଶତକ ରହିଛି। ଏହା ଅଷ୍ଟ୍ରେଲିଆଠାରୁ ଭଲ ବୋଲି କହିଛନ୍ତି ଗାଙ୍ଗୁଲି। ଭାରତ ଏବେ ଘରୋଇ ଓ ବିଦେଶ ମାଟିରେ ଭଲ କରିବା ସବୁଠାରୁ ଭଲ। ଭାରତ ପାଇଁ ବିଗତ ଏକ ବର୍ଷ ଭଲ ବିତିଛି। ଚଳିତ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ୩ ମ୍ୟାଚ୍ ପର୍ଯ୍ୟନ୍ତ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ମିଳିତ ଭାବେ ୧୪ ୱିକେଟ୍ ନେବା ଉଲ୍ଲେଖନୀୟ। ରୋହିତ ଶର୍ମା ଏବଂ ବିରାଟ‌ କୋହଲିଙ୍କ ସ୍ଥିର ପ୍ରଦର୍ଶନ ମଧ୍ୟ ବିଶ୍ବର ଅନ୍ୟ କୌଣସି ଦଳ ନିକଟରେ ନାହିଁ। ଆଗାମୀ ବିଶ୍ବକପ୍ ଅନ୍ୟତମ ଶ୍ରେଷ୍ଠ ହେବ ବୋଲି ମଧ୍ୟ କହିଛନ୍ତି ଗାଙ୍ଗୁଲି। ବିଶ୍ବକପ୍ ପାଇଁ ୧୬ ଜଣିଆ ଦଳ ‌ଘୋଷଣା ପୂର୍ବରୁ ଭାରତ ଆହୁରି ୭ ଦିନିକିଆ ଖେଳିବ। କେବଳ ୪ ନମ୍ବର ସ୍ଥାନ ବ୍ୟାଟିଂକୁ ଛାଡ଼ିଦେଲେ ଭାରତର ଆଉ କିଛି ଚିନ୍ତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe