ପାକିସ୍ତାନ ସହ କ୍ରିକେଟ୍ ସଂପର୍କ ଛିନ୍ନ ସପକ୍ଷରେ ଗାଙ୍ଗୁଲି

Advertisment

ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ୨୬ଜଣ ନିରୀହ ପର୍ଯ୍ୟଟକଙ୍କ ପ୍ରାଣହାନି ଘଟିବା ପରେ ସାରା ଦେଶରେ କ୍ଷୋଭ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।

ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ୨୬ଜଣ ନିରୀହ ପର୍ଯ୍ୟଟକଙ୍କ ପ୍ରାଣହାନି ଘଟିବା ପରେ ସାରା ଦେଶରେ କ୍ଷୋଭ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।

ପାଣ୍ଡ୍ୟା-ରାହୁଲଙ୍କୁ ନେଇ ଗାଙ୍ଗୁଲି କହିଲେ- ଆମେ ମେସିନ ନୋହୁଁ ଯେ, ସବୁବେଳେ ପରଫେକ୍ଟ ରହିବା

କୋଲକାତା: ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ୨୬ଜଣ ନିରୀହ ପର୍ଯ୍ୟଟକଙ୍କ ପ୍ରାଣହାନି ଘଟିବା ପରେ ସାରା ଦେଶରେ କ୍ଷୋଭ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଏଭଳି ଏକ ଦୁଃଖଦ ସମୟରେ ପୀଡ଼ିତଙ୍କ ପରିବାରକୁ ହୃଦୟର ଗଭୀରତମ କୋଣରୁ ସମବେଦନା ଜଣାଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି। ତା’ ସହିତ ତୁରନ୍ତ ପାକିସ୍ତାନ ସହ ସମସ୍ତ କ୍ରିକେଟ୍ ସଂପର୍କ ଛିନ୍ନ କରିବାକୁ ଆହ୍ବାନ କରିଛନ୍ତି ପ୍ରିନ୍ସ ଅଫ୍ କୋଲକାତା ଭାବେ ପରିଚିତ ଗାଙ୍ଗୁଲି। ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି, ପାକିସ୍ତାନ ସହ କୌଣସି କ୍ରିକେଟ୍ ସଂପର୍କ ଜାରି ରଖିବାର କୌଣସି ଆବଶ୍ୟକତା ନାହିଁ। ପ୍ରତିବର୍ଷ ଏଭଳି ଲୋମଟାଙ୍କୁରା ଘଟଣା ଘଟିବା ଆଦୌ ଗ୍ରହଣୀୟ ନୁହେଁ।

ଆତଙ୍କବାଦକୁ କୌଣସି ମତେ ବରଦାସ୍ତ କରାନଯାଉ। ସୂଚନାଯୋଗ୍ୟ ଯେ ତିକ୍ତ ରାଜନୈତିକ ସଂପର୍କ ପାଇଁ ୨୦୦୮ ମସିଠାରୁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିନି। ଉଭୟ ଦଳ ମଧ୍ୟରେ ଶେଷ ଦ୍ବିପାକ୍ଷିକ ଶୃଙ୍ଖଳା ୨୦୧୨-୧୩ ମସିହାରେ ଖେଳାଯାଇଥିଲା। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଅବଶ୍ୟ ଆଇସିସି ଦ୍ବାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ପରସ୍ପର ସହ ଖେଳି ଆସୁଛନ୍ତି। ଚଳିତବର୍ଷ ଚାମ୍ପିଅନ୍ସ ଟ୍ରଫି ଅବସରରେ ପାକିସ୍ତାନ ଗସ୍ତ କରିବାକୁ ଭାରତ ମନା କରିଦେବା ପରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ‌ଶେଷରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଣ୍ଡ ନୁଆଁଇଥିଲା ଏବଂ ଭାରତ ତା’ର ମ୍ୟାଚ୍‌ଗୁଡ଼ିକ ୟୁଏଇରେ ଖେଳିଥିଲା। ବିଜେତା ମଧ୍ୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe