ବ୍ରିଟିସ୍‌ ସଂସଦରେ ଗାଙ୍ଗୁଲି ସମ୍ବର୍ଧିତ

Advertisment
ଚଳିତ ଆଇପିଏଲରେ ଏହି ଦାୟିତ୍ୱରେ ନଜର ଆସିବେ ଗାଙ୍ଗୁଲି

Times of India

ନୂଆଦିଲ୍ଲୀ: ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପାଇଁ ବୁଧବାର ସ୍ମରଣୀୟ ଥିଲା। ବ୍ରିଟିସ୍ ସଂସଦରେ ଗାଙ୍ଗୁଲିଙ୍କୁ ସମ୍ବର୍ଧିତ କରାଯାଇଥିଲା। ‘ବେଙ୍ଗଲି ଭାବେ ମୋ‌ତେ ବ୍ରିଟିସ୍ ସଂସଦରେ ସମ୍ବର୍ଧିତ କରାଯିବା ଭଲ କଥା। ୬ ମାସ ତଳେ ସେମାନେ ମୋତେ ଯୋଗାଯୋଗ କରିଥିଲେ। ପ୍ରତିବର୍ଷ ସେମାନେ ଏଭଳି ପୁରସ୍କାର ଦେଇଥା’ନ୍ତି, ଏଥର ମୁଁ ପାଇଲି’ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଇଂଲଣ୍ଡକୁ ଇଂଲଣ୍ଡରେ ହରାଇବା ନିଶ୍ଚିତ ଭାବେ ଏକ ଭଲ ମୁହୂର୍ତ ବୋଲି ରୋହିତ ଶର୍ମାଙ୍କ ଦଳ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଥିବାରୁ ଗାଙ୍ଗୁଲି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ୨୦ ବର୍ଷ ତଳେ ଏହି ତାରିଖ (ଜୁଲାଇ ୧୩, ୨୦୦୨)ରେ ନ୍ୟାଟୱେଷ୍ଟ ଟ୍ରଫି ଫାଇନାଲ୍‌ରେ ଭାରତ ମଧ୍ୟ ଇଂଲଣ୍ଡକୁ ହରାଇଥିଲା। ସେତେବେଳ ମଧ୍ୟ ବ୍ରିଟିସ୍‌ ସଂସଦ ଗାଙ୍ଗୁଲିଙ୍କୁ ପ୍ରଥମ ଥା ସମ୍ବର୍ଧିତ କରିଥିଲା। ଏବେ ଠିକ୍‌ ୨୦ ବର୍ଷ ପରେ ସେହି ତାରିଖରେ ତତ୍‌କାଳୀନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିସ୍ ସଂସଦରେ ପୁଣି ସମ୍ବର୍ଧିତ କରାଯାଇଛି। ୨୦୦୨ ନ୍ୟାଟ୍‌ୱେଷ୍ଟ ଟ୍ରଫି ଫାଇନାଲ୍‌ରେ ଭାରତ ୩୨୫ ରନ୍‌ର ବଡ଼ ସ୍କୋରକୁ ପିଛା କରି ଜିତିଥିଲା। ଅଧା ଖେଳାଳିଙ୍କୁ ସଅଳ ହରାଇବା ପରେ ଯୁବରାଜ ସିଂହ ଏବଂ ମହମ୍ମଦ‌ କୈଫ ଭାରତକୁ ବିଜୟୀ କରିବା ପରେ ଲର୍ଡସ ବାଲକୋନିରୁ ଉଲ୍ଲସିତ ଗାଙ୍ଗୁଲି ଫୁଟ୍‌ବଲ୍ ଷ୍ଟାଇଲ୍‌ରେ ଜର୍ସି ଖୋଲି ଉତ୍ସବ ପାଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe