ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସହ ‘ସୁପର୍‌ ସିରିଜ୍’ ଯୋଜନାରେ ଗାଙ୍ଗୁଲି

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସହ ‘ସୁପର୍‌ ସିରିଜ୍’ ଯୋଜନାରେ ଗାଙ୍ଗୁଲି

The Cricket Times

ଲଣ୍ଡନ୍: ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ନେଇ ଏକ ବାର୍ଷିକ ସୀମିତ ଓଭର ପ୍ରତିଯୋଗିତା କରିବା ଯୋଜନାରେ ରହିଛନ୍ତି ବିସିସିଆଇର ନବନିଯୁକ୍ତ ସଭାପତି ସୌରଭ ଗାଙ୍ଗୁଲି। ବିଶ୍ବ କ୍ରିକେଟ୍ କ୍ୟାଲେଣ୍ଡର୍‌ରେ ସନ୍ତୁଳନକୁ ଏହା ବିଗାଡ଼ିବ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ତେବେ ବିସିସିଆଇ ଭବିଷ୍ୟତରେ ଏହାର ଖେଳସୂଚୀକୁ‌ ନେଇ କିଭଳି ଖସଡ଼ା ପ୍ରସ୍ତୁତ କରୁଛି ଦେଖିବାର ଅଛି। ଗାଙ୍ଗୁଲି ଇତି ମଧ୍ୟରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବୋର୍ଡ ସହିତ ଆଲୋଚନା କରି ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଆୟୋଜନ ପ୍ରସ୍ତାବ ରଖିଥିବା ସୂଚନା ଦେଇଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ସଦସ୍ୟ ରାଷ୍ଟ୍ରଗୁଡିକ ସହିତ ଆଇସିସିର କିଛି ନିଷ୍ପତ୍ତି ବିରୋଧରେ ଏହା ଯାଇପାରେ। ଆଇସିସିର ନୀତିଗତ ନିଷ୍ପତ୍ତି ବାହାରେ କିଛି ପ୍ରତିଯୋଗିତା କେତେ ସମ୍ଭବ ତାହା ବାସ୍ତବତାଠୁ ବାହ‌ାରେ ଥିବାରୁ ଏଭଳି ଆଶଙ୍କା କରାଯାଉଛି। ଗାଙ୍ଗୁଲିଙ୍କ ଯୋଜନା ୨୦୨୧ ମସିହାଠାରୁ ଆରମ୍ଭ ହେବାକୁ ପ୍ରସ୍ତାବିତ ରହିଛି। କିନ୍ତୁ ୨୦୨୩ ମସିହା ପରଠାରୁ ଆଇସିସି କ୍ୟାଲେଣ୍ଡରରେ ଅତିରିକ୍ତ ଏକ ୫୦ ଓଭରିଆ ପ୍ରତି‌େଯାଗିତା ସାମିଲ କରିବା କେତେ ସମ୍ଭବ ହେବ ତାହା ଭବିଷ୍ୟତ ନିର୍ଧାରଣ କରିବ।

ଗାଙ୍ଗୁଲି କିନ୍ତୁ ଦୃଢ଼ତାର ସହ କହିଛନ୍ତି ‘ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ନେଇ ୨୦୨୧ ମସିହାରୁ ସୁପର୍ ସିରିଜ୍ ଖେଳାଯିବ। ପ୍ରଥମ ସଂସ୍କରଣ ଭାରତରେ ଖେଳାଯିବ’। ଇଂଲଣ୍ଡରୁ ଫେରିବା ପରେ କୋଲ୍‌କାତାରେ ଏକ ଖବରକାଗଜ ଉତ୍ସବରେ ଯୋଗଦେବା ଅବସରରେ ଗାଙ୍ଗୁଲି ଏହି ସୂଚନା ଦେଇଛନ୍ତି। ଭାରତରେ ଅକ୍ଟୋବର-ନଭେମ୍ବରରେ ରହୁଥିବା ଗବାକ୍ଷରେ ଏହି ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାର ଯୋଜନା କରାଯାଉଛି। ସେହିଭଳି ଇଂଲଣ୍ଡରେ ହେଲେ ସେପ୍ଟେମ୍ବର ଏବଂ ଅଷ୍ଟ୍ରେଲିଆ ପାଇଁ ଅକ୍ଟୋବର/ନଭେମ୍ବର କିମ୍ବା ଫେବ୍ରୁଆରି-ମାର୍ଚ ଏହି ପ୍ରତିଯୋଗିତା ଲାଗି ଫାଙ୍କା ସମୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe