କରୋନା ଲଢ଼େଇକୁ ବ୍ୟାଟିଂ କୌଶଳ ସହ ତୁଳନା କଲେ ଗାଙ୍ଗୁଲି

Advertisment
ଜୈବ ବଳୟ ଉଲ୍ଲଂଘନର କାରଣ କହିବା କଷ୍ଟକର: ଗାଙ୍ଗୁଲି

Photo: Zee News

କୋଲକାତା: ‘‘କରୋନା ମହାମାରୀ ପ୍ରକୋପ ଚଳିତ ବର୍ଷ ‌ଶେଷ ପର୍ଯ୍ୟନ୍ତ ରହିବ। ଏଣୁ ଆସନ୍ତା ଦୁଇ ତିନି ମାସ ପର୍ଯ୍ୟନ୍ତ ଆମକୁ ଏହି ଅଦୃଶ୍ୟ ଭୂତାଣୁ ସହ ଲଢ଼ିବାକୁ ହେବ। ଚଳିତ ବର୍ଷ ଶେଷ କିମ୍ବା ଆସନ୍ତାବର୍ଷ ପ୍ରାରମ୍ଭରେ ସ୍ଥିତି ସାଧାରଣ ହେବ’’। କରୋନା ମହାମାରୀକୁ ନେଇ ଏଭଳି ଆକଳନ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ତା’ ସହ ଚଳିତ ବର୍ଷ ଘରୋଇ ପରିବେଶରେ କୌଣସି କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହେବାର ସମ୍ଭାବନା ବହୁତ କମ୍ ବୋଲି ଗାଙ୍ଗୁଲି ପରୋକ୍ଷରେ ସଙ୍କେତ ଦେଇଛନ୍ତି।

ମୟଙ୍କ ଅଗ୍ରୱାଲଙ୍କ ସହ ଅନଲାଇନ୍ ଆଲୋଚନା ବେଳେ ଚଳିତ ବର୍ଷର ଆଇପିଏଲ୍ ଆୟୋଜନ ଉପରେ ମତ ରଖିବାକୁ ଯାଇ ସେ କହିଛନ୍ତି ଯେ ମୁଁ ଟୀକା ବାହାରିବା ପର୍ଯ୍ୟନ୍ତ ଅପେକ୍ଷା କରିବି। ସେ ପର୍ଯ୍ୟନ୍ତ ଆମକୁ ଯତ୍ନଶୀଳ ହେବାକୁ ପଡ଼ିବ। ଆମେ ଜାଣିଛେ କ’ଣ ସବୁ ଘଟୁଛି ଏବଂ ଆମ ଭିତରୁ କେହି ବି ଅସୁସ୍ଥ ହେବାକୁ ଚାହୁନା। ଲାଳ ଏକ ବଡ଼ ସମସ୍ୟା। ଟୀକା ବାହାରିଲା ପରେ ସମ୍ଭବତଃ ଅନ୍ୟ ସବୁ ରୋଗ ଭଳି କରୋନା ମଧ୍ୟ ନିୟନ୍ତ୍ରଣକୁ ଆସିଯିବ। କରୋନା ସମ୍ଭବତଃ ସମଗ୍ର ବିଶ୍ବକୁ ବଦଳାଇ ଦେଇଛି। ହେଲେ ଏହାକୁ ନିୟନ୍ତ୍ରଣ କରିବା ଲାଗି ବ୍ୟାଟିଂ କୌଶଳ ଭଳି କୌଶଳ ଆପଣାଇବାକୁ ପଡ଼ିବ ବୋଲି ଗାଙ୍ଗୁଲି ମତ ରଖିଛନ୍ତି। ଏଥିନେଇ ସେ କହିଛନ୍ତି ‘‘ଏହା ବ୍ୟାଟିଂ କୌଶଳ ଭଳି, ସବୁ ପିଚ୍‌ରେ ସମାନ ବ୍ୟାଟିଂ କୌଶଳ ଉପଯୋଗ କରିହେବନି। ମନ୍ଥର, ଫ୍ଲାଟ୍ ଓ ଟର୍ନ ନେଉଥିବା ପିଚ୍‌ରେ ଆପଣଙ୍କ ବ୍ୟାଟିଂ ଶୈଳୀ ଯେଭଳି ଭିନ୍ନ ଭିନ୍ନ ଥାଏ, ସେମିତି ଭିନ୍ନ ଭିନ୍ନ ପର୍ଯ୍ୟାୟରେ କରୋନା ସହ ଭିନ୍ନ ଭିନ୍ନ ଉପାୟରେ ଲଢ଼ିବାକୁ ପଡ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe