ଧୋନିଙ୍କ ପାଖରେ ବଡ଼ ସଟ୍‌ ମାରିବାର ବିରଳ ସାମର୍ଥ୍ୟ ଥିଲା: ଗାଙ୍ଗୁଲି

Advertisment

୬ ନମ୍ବରରେ ବ୍ୟାଟିଂ କରିଥିଲେ ସଚିନ୍‌ କିଂବଦନ୍ତି ହୋଇପାରିନଥା’ନ୍ତେ

୬ ନମ୍ବରରେ ବ୍ୟାଟିଂ କରିଥିଲେ ସଚିନ୍‌ କିଂବଦନ୍ତି ହୋଇପାରିନଥା’ନ୍ତେ

ଧୋନିଙ୍କ ପାଖରେ ବଡ଼ ସଟ୍‌ ମାରିବାର ବିରଳ ସାମର୍ଥ୍ୟ ଥିଲା: ଗାଙ୍ଗୁଲି

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ଜଣେ ବିରଳ ଖେଳାଳି ଥିଲେ। ତାଙ୍କ ନିକଟରେ ବଡ଼ ସଟ୍‌ ମାରିବାର ସାମର୍ଥ୍ୟ ଥିଲା। ଯାହାକି ତାଙ୍କୁ ଉପରକ୍ରମକୁ ପଦୋନ୍ନତି ପାଇବାରେ ଗୁରୁତ୍ବପୂର୍ଣ୍ଣ ଥିଲା। ଯେତେବେଳେ ସେ ଭାରତ ପାଇଁ ପ୍ରଥମକରି ଖେଳିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କୁ ମୁକ୍ତ ଭାବେ ନିଜର ସଟ୍‌ ଖେଳିବାକୁ ଅନୁମତି ମଧ୍ୟ ମିଳିଥିଲା ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ଏବର ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି। ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ପୂର୍ବତନ ଅଧିନାୟକ ଧୋନି ତାଙ୍କ ଜାଜୁଲ୍ୟମୟ ଖେଳ ଜୀବନରୁ ନିକଟରେ ସନ୍ୟାସ ନେଇଯାଇଛନ୍ତି। ସେହି ଧୋନି ଯେତେବେଳେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ ସେତେବେଳେ ଗାଙ୍ଗୁଲି ଥିଲେ ଭାରତୀୟ ଦଳର ଅଧିନାୟକ।

ତାଙ୍କର କିଛି ଦିନିକିଆ ମ୍ୟାଚ୍‌କୁ ଦେଖିବା ପରେ ଗାଙ୍ଗୁଲି ହି ତାଙ୍କ ବ୍ୟାଟିଂରେ ମୋହ ହୋଇ ୨୦୦୫ରେ ବିଶାଖାପାଟଣାରେ ପାକିସ୍ତାନ ବିପକ୍ଷ ଏକ ଦିନିକିଆ ମ୍ୟାଚ୍‌ରେ ଧୋନିଙ୍କୁ ୩ ନମ୍ବର ପଦୋନ୍ନତି ଦେବାକୁ ନିଷ୍ପତ୍ତି ନେଇଥି‌ଲେ। ଧୋନି ମଧ୍ୟ ସେତେବେଳେ ଅଧିନାୟକ ତଥା ଗାଙ୍ଗୁଲିଙ୍କ ବିଶ୍ବାସକୁ ଭାଙ୍ଗିବାକୁ ଦେଇନଥିଲେ। ପାକିସ୍ତାନ ବିପକ୍ଷ ସେହି ମ୍ୟାଚ୍‌ରେ ଧୋନି ଆକର୍ଷଣୀୟ ୧୪୮ ରନ୍‌ର ପାଳି ଖେଳିଥିଲେ। ଯାହାକି ଭାରତକୁ ବିଜୟୀ କରାଇବା ପାଇଁ ଯଥେଷ୍ଟ ଥିଲା। ତାହା ପରଠୁ ଆଉ ଧୋନି ପଛକୁ ଫେରି ଚାହିଁନଥିଲେ। ସେହି ପାଳିକୁ ମନେ ପକାଇଛନ୍ତି ଗାଙ୍ଗୁଲି। କହିଛନ୍ତି ଧୋନି ଉପରକ୍ରମରେ ବ୍ୟାଟିଂ କରିବାର ଆବଶ୍ୟକତା ମୁଁ ଅନୁଭବ କରିଥିଲି। ସେଥିପାଇଁ ବିଶାଖାପାଟଣାରେ ୩ ନମ୍ବରରେ ବ୍ୟାଟିଂ ସୁଯୋଗ ତାଙ୍କୁ ଦେଇଥିଲି। ସେ ବି ଦମ୍‌ଦାର ଶତକ ବି ଜମାଇଥିଲେ। ଯେତେବେଳେ ବି ଧୋନି ଅଧିକ ଓଭର ଖେଳିବାର ସୁଯୋଗ ପାଆନ୍ତି, ସେତେବେଳେ ସେ ବଡ଼ ସ୍କୋର୍‌ କରି'ଥାନ୍ତି ବୋଲି ସ୍ପୋର୍ଟସତକ୍‌କୁ କହିଛନ୍ତି ଗାଙ୍ଗୁଲି।

ଥରେ ଚ୍ୟା‌ଲେଞ୍ଜର ଟ୍ରଫି ଖେଳାଯାଉଥିଲା। ଧୋନି ପାଳି ଆରମ୍ଭ କରି ମୋ ଦଳ ପାଇଁ ଶତକ ଜମାଇଥିଲେ। ତେଣୁ ତାଙ୍କୁ ବ୍ୟାଟିଂ ପଦୋନ୍ନତିର ଆବଶ୍ୟକତା ସଂପର୍କରେ ମୁଁ ଜାଣିଥିଲି ବୋଲି ଗାଙ୍ଗୁଲି କହିଛନ୍ତି। ତୁମେ ଯେତେବେଳେ ଉପରକ୍ରମରେ ବ୍ୟାାଟିଂ ପାଇଁ ପଠାଇବ ସେତେବେଳେ ଜଣେ ଖେଳାଳି ତିଆରି କରିପାରିବ। ତୁମେ କଦାପି ନିମ୍ନକ୍ରମରେ ଖେଳାଇ ଜଣେ ଖେଳାଳି ତିଆରି ପରିପାରିବନି। ସେହିଭଳି ଡ୍ରେସିଂ ରୁମ୍‌ ଭିତରେ ବସିବସି ତୁମେ କଦାପି ଜଣେ ବଡ଼ ଖେଳାଳି ହୋଇପାରିବନି ବୋଲି ମୁଁ ସବୁବେଳେ ବିଶ୍ବାସ ରଖିଥାଏ। ତେଣୁ ପ୍ରତିଭା ଥିଲା ଖେଳାଳିଙ୍କୁ ଉପରକ୍ରମକୁ ପଦୋନ୍ନତି ଦେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଗାଙ୍ଗୁଲି। ଗାଙ୍ଗୁଲି ମଧ୍ୟ କିଂବଦନ୍ତି ସଚିନ୍‌ ତେନ୍ଦୁଲକରଙ୍କ ଉଦାହରଣ ଦେଇଛନ୍ତି। ସଚିନଙ୍କ ଭଳି ଜଣେ ମହାନ୍‌ ଖେଳାଳି ଯଦି ଦିନିକିଆ ଆନ୍ତର୍ଜାତିକରେ ୬ ନମ୍ବରରେ ବ୍ୟାଟିଂ କରିଥା'ନ୍ତେ ତାହାଲେ ସେ କଦାପି ସଚିନ ବୋଲି ପରିଗଣିତ ହୋଇପାରିନଥା'ନ୍ତେ। ସଚିନ୍‌ ତାଙ୍କ ଆନ୍ତର୍ଜାତିକ ଜୀବନର ପ୍ରଥମ ୫ ବର୍ଷ ମଧ୍ୟକ୍ରମରେ ବ୍ୟାଟିଂ କରୁଥିଲେ। ହେଲେ ୧୯୯୪ରେ ଭାରତର ନ୍ୟୁଜିଲାଣ୍ଡ୍‌ ଗସ୍ତ ଅବସରରେ ତାଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ଦିଆଯାଇଥିଲା। ଆଉ ତା'ପରେ ଯାହାସବୁ ଇତିହାସ ବନିଗଲା। ସେହି ସଚିନ୍‌ କ୍ରିକେଟ୍‌ ବିଶ୍ବରେ ମହାନ୍‌ କିଂବଦନ୍ତି ପାଲଟିଗଲେ। ଏହାର କାରଣ ହେଲା ତୁମକୁ ବିପଳ ସଂଖ୍ୟକ ବଲ୍‌ ଖେଳିବାର ସୁଯୋଗ ମିଳିଲେ ହିଁ ସାମର୍ଥ୍ୟର ପରିପ୍ରକାଶ ହୋଇପାରେ ବୋଲି କହିଛନ୍ତି ଗାଙ୍ଗୁଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe