ଆତ୍ମଜୀବନୀରେ ଗାଙ୍ଗୁଲି କହିଲେ, ୨୦୦୩ ବିଶ୍ୱ କପ୍‌ରେ ଯଦି ଏମ୍‌ଏସ୍‌ ଧୋନି ଥାଆନ୍ତେ

Advertisment
ଆତ୍ମଜୀବନୀରେ ଗାଙ୍ଗୁଲି କହିଲେ, ୨୦୦୩ ବିଶ୍ୱ କପ୍‌ରେ ଯଦି ଏମ୍‌ଏସ୍‌ ଧୋନି ଥାଆନ୍ତେ

ନୂଆଦିଲ୍ଲୀ: ଅତୀତରେ ଟିମ୍‌ ଇଣ୍ଡିଆର ସଫଳ ଅଧିନାୟକ ଦାୟିତ୍ୱ ତୁଲାଇଥିବା ସୌରଭ ଗାଙ୍ଗୁଲି ନିଜର ଆତ୍ମଜୀବନୀ ‘ଏ ସେଞ୍ଚୁରି ଇଜ୍‌ ନଟ୍‌ ଏନଫ୍‌’ରେ ଏକ ବଡ଼ ଖୁଲାସା କରିଛନ୍ତି। ଗାଙ୍ଗୁଲି ଲେଖିଛନ୍ତି, ସେହି ସମୟରେ ଆମେ ୨୦୦୩ ବିଶ୍ୱ କପ୍‌ ଖେଳୁଥିଲୁ, ଯଦି ଆମ ଟିମ୍‌ରେ ଧୋନି ଥାଆନ୍ତେ।

publive-image

ଗାଙ୍ଗୁଲି ଲେଖିଛନ୍ତି, ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ୨୦୦୪ରେ ମୋର ନଜର ପଡ଼ିଥିଲା। ପ୍ରଥମ ଦେଖାରେ ମୁଁ ଧୋନିଙ୍କ ପ୍ରତି ପ୍ରଭାବିତ ହୋଇ ପଡ଼ିଥିଲି। ମୁଁ ଜାଣିବାକୁ ପାଇଥିଲି ଯେ, ଯେଉଁ ସମୟରେ ଆମେ ବିଶ୍ୱ କପ୍‌ ୨୦୦୩ ଖେଳୁଥିଲୁ, ସେହି ସମୟରେ ଧୋନି ଭାରତୀୟ ରେଳବାଇରେ ଟିକଟ କଲେକ୍ଟର ଚାକିରି କରୁଥିଲେ।

ଆତ୍ମଜୀବନୀରେ ଗାଙ୍ଗୁଲି ଲେଖିଛନ୍ତି, ମୁଁ ଗୋଟିଏ ବର୍ଷ ପୂର୍ବରୁ ଏମିତି ଖେଳାଳିର ସନ୍ଧାନରେ ଥିଲି, ଯେଉଁ ଖେଳାଳି ଚାପରେ ବି ଦୃଢ଼ ମନୋବଳ ନେଇ ଖେଳି ପାରୁଥିବ। ମୁଁ ଯାହା ଭାବୁଥିଲି, ତାହା ଧୋନିଙ୍କ ପାଖରେ ଥିଲା। ଅତୀତରେ ମୁଁ ଯାହା ଭାବୁଥିଲି ତାହା ଆଜି ହୋଇ ପାରିଛି।

publive-image

ବର୍ଷ ୨୦୦୩ରେ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍‌ ବିଶ୍ୱ କପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୧୨୫ ରନ୍‌ରେ ପରାସ୍ତ ହୋଇଥିଲା। ସେହି ସମୟରେ ରାହୁଲ ଦ୍ରାବିଡ଼ ଓ୍ଵିକେଟକିପର ଥିଲେ। ଏହା ପରେ ଧୋନି ୨୦୦୪ ଡିସେମ୍ବରରେ ଗାଙ୍ଗୁଲି ଅଧିନାୟକ ଥିବା ବେଳେ ପ୍ରଥମ ଦିନିକିଆରେ ପ୍ରବେଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe