ମୋହନ ବାଗାନ ଦାୟିତ୍ବରୁ ଓହରିବେ ଗାଙ୍ଗୁଲି

Advertisment
ଚଳିତ ଆଇପିଏଲରେ ଏହି ଦାୟିତ୍ୱରେ ନଜର ଆସିବେ ଗାଙ୍ଗୁଲି

Times of India

କୋଲ୍‌କାତା: ଦ୍ବୈତ ସାର୍ଥ ପ୍ରସଙ୍ଗକୁ ଏଡାଇବା ଲାଗି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ଏଟିକେ-ମୋହନ ବାଗାନ ଦାୟିତ୍ବରୁ ଓହରିଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଗାଙ୍ଗୁଲି ଏବେ ଭାରତର ସବୁଠୁ ଲୋକପ୍ରିୟ ଫୁଟ୍‌ବଲ୍‌ କ୍ଲବ୍‌ ମୋହନ ବାଗାନର ବୋର୍ଡରେ ଅନ୍ୟତମ ନିର୍ଦ୍ଦେଶକ ଦାୟିତ୍ବରେ ରହିଛନ୍ତି। ପୁଣି ଏଟିକେ-ମୋହନ ବାଗାନ ଏବେ ଆଇଏସ୍‌ଏଲ୍‌ର ଅଂଶବିଶେଷ ରହିଛି। ଗାଙ୍ଗୁଲି ମଧ୍ୟ ସେହି କ୍ଲବ୍‌ର ଅଂଶୀଦାର ରହିଛନ୍ତି। କିନ୍ତୁ ସଞ୍ଜୀବ ଗୋଏଙ୍କାଙ୍କ ଆର୍‌ପିଏସ୍‌ଜି ଆଇପିଏଲ୍‌ରେ ପୁନଃପ୍ରବେଶ କରିବା ପରେ ଗାଙ୍ଗୁଲିଙ୍କ ପାଇଁ ଦ୍ବୈତ ସ୍ବାର୍ଥ ପ୍ରସଙ୍ଗ ଉଠିପାରେ ବୋଲି ସେ ଜାଣିଛନ୍ତି। ଆର୍‌ପିଏସ୍‌ଜି ୭୦୯୦ କୋଟି ଟଙ୍କା ବିନିମୟରେ ଆଇପିଏଲ୍‌ର ନୂଆ ଦଳ ଲକ୍ଷ୍ନୌ ଫ୍ରାଞ୍ଚାଇଜକୁ କିଣିଛି। ସଞ୍ଜୀବ ଗୋଏଙ୍କା ମଧ୍ୟ ମୋହନ ବାଗାନ ଦଳର ମାଲିକ। ତେଣୁ ଦୁଇଟି ପଦ (ବିସିସିଆଇ ଏବଂ ମୋହନ ବାଗାନ)ରେ ରହିବା ବିସିସିଆଇ ନୀତିର ଉଲଂଘନ ହେବାକୁ ଥିବାରୁ ଗାଙ୍ଗୁଲି ମୋହନ ବାଗାନ ଦାୟିତ୍ବରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବା ଗୋଏଙ୍କା କହିଛନ୍ତି। କେବଳ ଗାଙ୍ଗୁଲିଙ୍କ ଘୋଷଣାକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe