ପାକିସ୍ତାନ ଦଳର କୋଚ୍ ପଦ ଛାଡ଼ିଲେ ଗ୍ୟାରି କର୍ଷ୍ଟନ

ପାକିସ୍ତାନ କ୍ରିକେଟରେ ବିବାଦ ଲାଗି ରହିଛି ।  ୨୦୧୧ରେ ଭାରତକୁ ଦିନିକିଆ ବିଶ୍ୱ ବିଜେତା କରାଇଥିବା ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଖେଳାଳି ଗ୍ୟାରି କର୍ଷ୍ଟନ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି।

ଅଦ୍ୟତନ ହୋଇଛି
garry

ଲାହୋର: ପାକିସ୍ତାନ କ୍ରିକେଟରେ ବିବାଦ ଲାଗି ରହିଛି ।  ୨୦୧୧ରେ ଭାରତକୁ ଦିନିକିଆ ବିଶ୍ୱ ବିଜେତା କରାଇଥିବା ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଖେଳାଳି ଗ୍ୟାରି କର୍ଷ୍ଟନ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି। ପିସିବି ତାଙ୍କୁ ସୀମିତ ଓଭର କ୍ରିକେଟର କୋଚ୍ କରିଥିଲା। ମାତ୍ର ୬ ମାସ ବି ସେ ଦଳରେ ରହିପାରିନଥିଲେ ଏବଂ ଶେଷରେ ସେ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । କର୍ଷ୍ଟେନ ପାକିସ୍ତାନ କ୍ରିକେଟ୍ ବୋର୍ଡର ଆଭିମୁଖ୍ୟରେ ଅସନ୍ତୁଷ୍ଟ ଥିଲେ ଏବଂ ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ।

ଗ୍ୟାରୀ ଚଳିତ ବର୍ଷ ଏପ୍ରିଲରେ ପିସିବି ଦୁଇ ବର୍ଷ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ ମଧ୍ୟ ଏହାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ମାତ୍ର ୬ ମାସ ପାଇଁ ପାକିସ୍ତାନ ଦଳର କୋଚ୍ ଭୂମିକା ନିର୍ବାହ କରିବାରେ ସକ୍ଷମ ହୋଇଥିଲେ।

କ୍ରିକଇନଫୋର ସୂଚନା ଅନୁଯାୟୀ ପାକିସ୍ତାନ ଦିନିକିଆ ଓ ଟି-୨୦ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗ୍ୟାରି ଇସ୍ତଫା ଦେଇଛନ୍ତି। ଚଳିତ ବର୍ଷ ଏପ୍ରିଲରେ ପିସିବି ଦୁଇ ବର୍ଷ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ ମଧ୍ୟ ଏହାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଗ୍ୟାରୀ ମାତ୍ର ୬ ମାସ ପାଇଁ ପାକିସ୍ତାନ ଦଳର କୋଚ୍ ଭୂମିକା ନିର୍ବାହ କରିବାରେ ସକ୍ଷମ ହୋଇଥିଲେ। ଅଷ୍ଟ୍ରେଲିଆରେ ପାକିସ୍ତାନ ଦିନିକିଆ ଶୃଙ୍ଖଳାର ସପ୍ତାହକ ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ପାକିସ୍ତାନ ଟେଷ୍ଟ ଦଳର କୋଚ୍ ଗିଲେସ୍ପି ଏବଂ ପିସିବି ସହ ମତଭେଦ କାରଣରୁ କର୍ଷ୍ଟେନ୍ ନିଜ ପଦ ଛାଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe