ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଷଷ୍ଠ ସର୍ବଭାରତୀୟ ଗେଟ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଦ୍ୱିମୁକୁଟ ହାସଲ କରିଛି। ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଓଡ଼ିଶାକୁ ସ୍ୱର୍ଣ୍ଣ ପଦକ ମିଳିଛି। ମଙ୍ଗଳବାର ପୁରୁଷ ବର୍ଗ ସ୍ୱର୍ଣ୍ଣ ମୁକାବିଲାରେ ଓଡ଼ିଶା ୧୨-୧୦ ପଏଣ୍ଟ୍ରେ ଓଡ଼ିଶା (ଏ)କୁ ପରାସ୍ତ କରିଥିଲା ବେଳେ ମଡର୍ନ ଇଂରାଜୀ ବିଦ୍ୟାଳୟ ୧୩-୧୦ରେ ମହାରାଷ୍ଟ୍ରକୁ ପରାସ୍ତ କରି କାଂସ୍ୟ ପଦକ କରାୟତ କରିଥିଲା। ମହିଳା ବର୍ଗରେ ଓଡ଼ିଶା(ଏ) ୧୧-୪ରେ ମହାରାଷ୍ଟ୍ର (ଏ)କୁ ହରାଇ ସ୍ୱର୍ଣ୍ଣ ପଦକ ପାଇଥିଲା ବେଳେ ଓଡ଼ିଶା ୧୨-୬ରେ ମହାରାଷ୍ଟ୍ରକୁ ପରାସ୍ତ କରି କାଂସ୍ୟ ଜିତିଥିଲା।
ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଶ୍ରୀରାମ ଦାସ, ଅଶୋକ କୁମାର ମହାନ୍ତି, କ୍ରୀଡ଼ା ସଂଗଠକ ନବ ରଂଜନ ପଟ୍ଟନାୟକ, ନବ କିଶୋର ବେହେରା, ଓଡ଼ିଶା ଗେଟ୍ବଲ୍ ସଂଘର ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ, ଉପସଭାପତି ବିଶ୍ୱଜିତ ସ୍ୱାଇଁ, ସାଧାରଣ ସମ୍ପାଦକ ମହମ୍ମଦ ଆଜାମ୍ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ।
ସର୍ବଭାରତୀୟ ଗେଟ୍ବଲ୍ରେ ଓଡ଼ିଶାକୁ ଦ୍ୱିମୁକୁଟ
Advertisment
Follow Us