ଗୌରୀ, ଭାଲିନା, ହରିପ୍ରସାଦଙ୍କୁ ଜାତୀୟ କରାଟେ ଦାୟିତ୍ବ

ଗୌରୀ, ଭାଲିନା, ହରିପ୍ରସାଦଙ୍କୁ ଜାତୀୟ କରାଟେ ଦାୟିତ୍ବ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ କରାଟେ ସଂଘର ସଂପାଦିକା ତଥା ପୂର୍ବତନ ଜାତୀୟ କରାଟେ ବିଜୟିନୀ ଡ. ଗୌରୀ ମହାନ୍ତି ଜାତୀୟ କରାଟେ ସଂଗଠନ ମହିଳା କମିଶନର ଅଧ୍ୟକ୍ଷା ମନୋନୀତ ହୋଇଛନ୍ତି। ସେ ଟିମ୍‌ କାଟାରେ ବିଜେତା ହେବା ସହ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି। ଫାଇଟିଙ୍ଗ୍‌ ଜାତୀୟ ପ୍ରତିଯୋଗିତାରେ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ଜାପାନରେ ଆୟୋଜିତ ବିଶ୍ବ ସୁକୋକାଇ କରାଟେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ବିଗତ କିଛି ଦଶନ୍ଧୀ ଧରି ସେ ରାଜ୍ୟ କରାଟେର ଜଣେ ଖେଳାଳି, ପ୍ରଶିକ୍ଷକ ଓ ପ୍ରଶାସକ ଭାବେ ଜଡ଼ିତ ରହିଥିଲା ବେଳେ ଏବେ ସଂପାଦକ ଦାୟିତ୍ବ ତୁଲାଉଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାର ଆନ୍ତର୍ଜାତିକ କରାଟେକା ଭାଲିନା ଭାଲେଣ୍ଟିନା ମଧ୍ୟ ଜାତୀୟ କରାଟେ ସଂଘର ଆଥ୍‌ଲେଟିକ୍ସ କମିଶନର ଅନ୍ୟତମ ସଦସ୍ୟା ମନୋନୀତ ହୋଇଥିଲା ବେଳେ ରାଜ୍ୟ କରାଟେ ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଂପାଦକ ଡ. ହରିପ୍ରସାଦ ପଟ୍ଟନାୟକ ଜାତୀୟ କରାଟେ ସଂଗଠନର ଟ୍ରେନିଂ ଆଣ୍ଡ୍‌ ଡେଭଲେପ୍‌ମେଣ୍ଟର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି। ଏହି ତିନି ଜଣଙ୍କୁ ରାଜ୍ୟ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହିତ ଜାତୀୟ କରାଟେ ସଂଘକୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe