ଭାରତୀୟ ସ୍କ୍ବାସ୍‌ ଦଳର ଓଡ଼ିଆ ପ୍ରଶିକ୍ଷକ ଗୌତମ କହିଲେ ଗହନ କଥା

Advertisment
ଭାରତୀୟ ସ୍କ୍ବାସ୍‌ ଦଳର ଓଡ଼ିଆ ପ୍ରଶିକ୍ଷକ ଗୌତମ କହିଲେ ଗହନ କଥା

ଭୁବନେଶ୍ବର : ଭାରତୀୟ ସ୍କ୍ବାସ୍ ଦଳ ସହ ନିୟମିତ ଭାବେ ରହୁଥିବା ଓଡ଼ିଆ ପ୍ରଶିକ୍ଷକ ଗୌତମ ଦାସ କରୋନା ଆତଙ୍କ ପାଇଁ ସଂପ୍ରତି ନିଜ କୋଲକାତା ଘରେ ଲାକଡାଉନ୍ ଅଛନ୍ତି। କରୋନା ନିଶ୍ଚିତ ଭାବେ କଠିନ ସମୟ ନେଇ ଆସିଛି। ହେଲେ କେବେ କେବେ ଏଭଳି ସ୍ଥିତି ପରବର୍ତୀ ସମୟରେ ବରଦାନ ସାବ୍ୟସ୍ତ ହୋଇଥାଏ। ଏଣୁ କରୋନା ପରେ ଆମେ ପୂର୍ବାପେକ୍ଷା ଶକ୍ତିଶାଳୀ ଓ ଅଧିକ ବିଜ୍ଞ ହୋଇ ବାହାରିବା। ଏଥିରୁ ଅନେକ କିଛି ଶିଖି ଭଲ ମଣିଷ ହୋଇ ପାରିବା ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସମସ୍ତଙ୍କ ଭଳି କରୋନା ଲକ୍‌ଡାଉନ୍‌ର ପ୍ରଥମ କିଛି ଦିନ ଗୌତମଙ୍କୁ ଛୁଟି କାଟିଲା ଭଳି ଲାଗିଥିଲା। ହେଲେ ଏକାନ୍ତବାସର ପ୍ରଥମ ସପ୍ତାହ ପରେ ସମୟ କାଟିବା ତାଙ୍କ ପାଇଁ କଷ୍ଟକର ‌ହୋଇ ଯାଇଥିଲା। ଫଳରେ ନିଜକୁ ବ୍ୟସ୍ତ ରଖିବା ଲାଗି ସେ ବିକଳ୍ପ ବାହାର କରିଥିଲେ। ଗୌତମ ଏହାପରେ ନିଜ ଶରୀରକୁ ଫିଟ୍ ତଥା ସୁସ୍ଥ ରଖିବାରେ ଲାଗି ପଡ଼ିଥିଲେ। ପେସାଦାର ଜୀବନରେ ସମୟ ଅଭାବ ପାଇଁ ଏହାକୁ ଅଣଦେଖା କରି ଆସୁଥିଲା ବେଳେ ଏବେ କିନ୍ତୁ ଶରୀର ପ୍ରତି ଯତ୍ନବାନ ହୋଇ ଯାଇଛନ୍ତି ସେ । ଅନଲାଇନ୍ କ୍ଲାସ୍ ନେବା ସହ ପୁରୁଣା ସ୍କ୍ବାସ୍ ମ୍ୟାଚ୍‌ର ଭିଡିଓକୁ ସମୀକ୍ଷା, ମାନସିକ ଦକ୍ଷତା ବଢ଼ାଇବା, ଖେଳାଳିଙ୍କ ପାଇଁ ପାଠ୍ୟସାରଣୀ ପ୍ରସ୍ତୁତ କରିବା ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେହିଭଳି ନିଜ ରନ୍ଧନ କଳାର ବି ସୁବିନିଯୋଗ କରୁଛନ୍ତି। ସକାରାତ୍ମକ ଚିନ୍ତା ସହ ଏକାଠି ରହି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ସେ ସମସ୍ତଙ୍କୁ ଆହ୍ବାନ କରିଛନ୍ତି। ସେହିଭଳି କରୋନା ସଙ୍କଟ ବେଳେ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe