ଖୁବ୍‌ ଶୀଘ୍ର ଟିମ ଇଣ୍ଡିଆ ମୁଖ୍ୟ କୋଚ ଭାବେ ଗମ୍ଭୀରଙ୍କ ନାମରେ ବାଜିପାରେ ମୋହର

ଖୁବ୍‌ ଶୀଘ୍ର ଟିମ ଇଣ୍ଡିଆ ମୁଖ୍ୟ କୋଚ ଭାବେ ଗମ୍ଭୀରଙ୍କ ନାମରେ ବାଜିପାରେ ମୋହର

NDTV Sports

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ମୁଖ୍ୟ କୋଚ ନେଇ ବଡ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ବାଜିପାରେ ନୂଆ କୋଚଙ୍କ ଉପରେ ମୋହର । ମିଳିଥିବା ସୂଚନା ଅନୁସାରେ ରେସରେ ସବୁଠୁ ଆଗରେ ଥିବା ଗୌତମ ଗମ୍ଭୀରଙ୍କ ସମସ୍ତ ସର୍ତ୍ତ ବିିସିଆଇ ମାନିଛି । ତେଣୁ ଚର୍ଚ୍ଚା ହେଉଛି ଗୌତମ ହିଁ ହୋଇପାରନ୍ତି ଟିମ ଇଣ୍ଡିଆ ମୁଖ୍ୟ କୋଚ।

ରାହୁଲ ଦ୍ରାବିଡଙ୍କ ପରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀର । ମୁଖ୍ୟ କୋଚ ପଦ ପାଇଁ କେବଳ ଗମ୍ଭୀର ହିଁ ଆବେଦନ କରିଥିଲେ । ସୂଚନା ଅନୁସାରେ ଏନେଈ ସାକ୍ଷାତକାର କାର୍ଯ୍ୟକ୍ରମ ଶେଷ ହୋଇଛି ଓ କୌଣସି ମୁହୂର୍ତ୍ତରେ ନାଁ ଘୋଷଣା ହୋଇପାରେ ।
କିଛି ଦିନ ପୂର୍ବରୁ ଗମ୍ଭୀର ଓ ଜୟ ଶାହା ଏକାଠି ନଜର ଆସିଥିଲେ ଏବଂ ଚର୍ଚ୍ଚା ମଧ୍ୟ ବଢିଥିଲା କୋଚ ପାଇଁ ଗମ୍ଭୀର ହିଁ ପ୍ରଥମ ପସନ୍ଦ । ସୂଚନା ଅନୁସାରେ ଗମ୍ଭୀର ବିସିସିଆଇ ଆଗରେ ଯେଉଁ ସର୍ତ୍ତ ରଖିଥିଲେ ତାକୁ ମଧ୍ୟ ମାନିନେଇଛି ବିସିସିଆଇ। ଗମ୍ଭୀର ଚାହୁଥିଲେ ସେ କୋଚ ହେଲେ ତାଙ୍କ ପସନ୍ଦର ସପୋର୍ଟିଂ ଷ୍ଟାପ ରହିବେ ଏବଂ ଏଥିରେ ମଧ୍ୟ ବିିସିସିଆଇ ରାଜି ହୋଇଛି ବୋଲି ସୂଚନା ମିଳିଛି । ନଜର ପକାନ୍ତୁ କାହିଁକି ଗମ୍ଭୀର ପ୍ରଥମ ପସନ୍ଦ।

୪୨ବର୍ଷୀୟ ଗୌତମ ଗମ୍ଭୀର ୨୦୧୮ରେ ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । କ୍ୟାରିୟରରେ ୫୮ ଟେଷ୍ଟ, ୧୪୭ ଦିନିକିଆ ମ୍ୟାଚ ଖେଳି ୧୧ ଟି ଶତକ ସହ ୫୨୩୮ ରନ କରିଛନ୍ତି । ଟି-୨୦ ବିଶ୍ୱକପ ପରେ ଶେଷ ହେଉଛି ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ୨୦୨୩ରେ ସରିଥିଲେ ବିସିସିଆଇ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe