ବିରାଟ ଓ ରୋହିତଙ୍କ ଅବସରକୁ ନେଇ ମୁହଁ ଖୋଲିଲେ ଗୌତମ

ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅବସର ଘୋଷଣାକୁ ନେଇ ଗୌତମ ଗମ୍ଭୀର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯେତେବେଳେ ଆପଣ ଖେଳ ଖେଳିବା ଆରମ୍ଭ କରନ୍ତି ଏବଂ ଏହାକୁ ଛାଡି ଦିଅନ୍ତି, ଏହା ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ।

]0]-=]

ନୂଆଦିଲ୍ଲୀ: ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବିନା ଭାରତ ଇଂଲଣ୍ଡ ଗସ୍ତରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାର ଘୋଷଣା କରି ସାରିଛନ୍ତି। 

ଏହି ପ୍ରସଙ୍ଗରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ପଚରାଯାଇଥିଲା ଯେ ସେ ଏହି ଅଭିଜ୍ଞ ଖେଳାଳିମାନଙ୍କ ଅବସର ବିଷୟରେ ପୂର୍ବରୁ ଜାଣିଥିଲେ କି? 

ଏହି ପ୍ରଶ୍ନର ଉତ୍ତରରେ ଗୌତମ କହିଥିଲେ, ‘ଯେତେବେଳେ ଆପଣ ଖେଳ ଖେଳିବା ଆରମ୍ଭ କରନ୍ତି ଏବଂ ଏହାକୁ ଛାଡି ଦିଅନ୍ତି, ଏହା ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ। ଏହା ଉପରେ କାହାର ଅଧିକାର ନଥାଏ, ସେ ପ୍ରଶିକ୍ଷକ ହୁଅନ୍ତୁ କି ଚୟନକର୍ତ୍ତା ହୁଅନ୍ତୁ, କିମ୍ବା ଏହି ଦେଶର ଯେକୌଣସି ବ୍ୟକ୍ତି ହୁଅନ୍ତୁ। କାହାର ଅଧିକାର ନାହିଁ ଯେ ଆପଣ କେବେ ଅବସର ନେବେ କି ନାହିଁ ତାହା କହିପାରିବେ। ଏହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଏ।

ଟିମ୍ ଇଣ୍ଡିଆ ନିଶ୍ଚୟ ଭାବେ ଏହି ଷ୍ଟାର ଖେଳାଳିଙ୍କୁ ମନେ ପକାଇବ। ବିରାଟ ଓ ରୋହିତଙ୍କ ଅନୁପସ୍ଥିତି ଆମ ପାଇଁ କଷ୍ଟକର ହେବ, କିନ୍ତୁ ଦଳରେ ଏମିତି ଖେଳାଳବି ରହିବେ ଯେଉଁମାନେ ନିଶ୍ଚିତ ଭାବରେ ଖେଳକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବେ। ମୋ ମତରେ ଜଣକଙ୍କ ଅନୁପସ୍ଥିତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଶ ପାଇଁ କିଛି ବିଶେଷ କରିବାର ସୁଯୋଗ ଦେଇଥାଏ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe