(Photo Credits: IANS)
ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣ ପ୍ରସଂଗରେ ହେବାକୁ ଥିବା ଉଚ୍ଚ ସ୍ତରୀୟ ବୈଠକରେ ଅନୁପସ୍ଥିତ ରହିବା ପରେ ନିଜ ଆଡୁ ସଫେଇ ଦେଇଛନ୍ତି କ୍ରିକେଟ୍ ତାରକାରୁ ରାଜନେତା ବନିଥିବା ସାଂସଦ ଗୌତମ ଗମ୍ଭୀର। ସେ କହିଛନ୍ତି କି ତାଙ୍କର ଏକ ଚୁକ୍ତି କାରଣରୁ ସେ ବୈଠକରେ ଯୋଗ ଦେଇ ପାରିନଥିଲେ। ଗମ୍ଭୀର ଏପ୍ରିଲ୍ରେ ରାଜନୀତିରେ ଯୋଗ ଦେଇଥିଲେ। ମାତ୍ର ତା ପୂର୍ବରୁ ସେ ଜାନୁଆରିରେ ଚୁକ୍ତି କରିଥିଲେ ବୋଲି ସଫେଇ ଦେଇଛନ୍ତି। ଯେଉଁ କାରଣରୁ କି ସେ ବୈଠକରେ ଯୋଗ ଦେଇପାରିନଥିଲେ।
ଗମ୍ଭୀର ଆହୁରି ବି ତାଙ୍କର କ୍ଷୋଭ ପ୍ରକାଶ କରି କହିଛନ୍ତି କି ‘ ଯଦି ମୋ ଜଲ୍ପି ଖାଇବାରେ ଦିଲ୍ଲୀର ପ୍ରଦୂଷଣ ବଢ଼ିଯାଉଛି ତେବେ ମୁଁ ସବୁଦିନ ପାଇଁ ଜଲ୍ପି ଛାଡ଼ି ଦେବାକୁ ପ୍ରସ୍ତୁତ ଅଛି। ୧୦ ମିନିଟ୍ରେ ମୋତେ ଟ୍ରୋଲ୍ କରାଗଲା। ଯଦି ସେଇ ୧୦ ମିନିଟ୍ ଦିଲ୍ଲୀ ପ୍ରଦୂଷଣ କମାଇବା ଦିଗରେ କରାଯାଇଥାନ୍ତା ତେବେ ଖୁବ୍ ଭଲ ହୋଇଥାନ୍ତା।’
ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ବାୟୁ ପ୍ରଦୂଷଣ ଉପରେ ହେବାକୁ ଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଗମ୍ଭୀରଙ୍କ ସମେତ ୪ ଜଣ ସାଂସଦ ଅନୁପସ୍ଥିତ ଥିଲେ। ଗମ୍ଭୀର ସେହି ସମୟରେ ତାଙ୍କ ସାଙ୍ଗମାନଙ୍କ ସହ ଜଲ୍ପି ଖାଉଥିବାର ଏକ ଫଟୋ ସୋସିଆଲ୍ ମିଡିଆରେ ଘୂରିବା ପରେ ସେ ଟ୍ରୋଲ୍ ହୋଇଥିଲେ।
Follow Us