ଇମେଲ୍‌ ପଠାଇ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦେଲା ଆଇଏସଆଇଏସ୍ କଶ୍ମୀର

tgautamgambirwq

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ଆସିଛି। ତାଙ୍କୁ ହତ୍ୟା ଧମକ ମିଳିଛି। କୁହାଯାଉଛି ଯେ, ଗମ୍ଭୀରଙ୍କୁ ଇମେଲ୍ ମାଧ୍ୟମରେ ଧମକ ଦିଆଯାଇଛି। ଇମେଲ୍‌ରେ କେବଳ ତିନୋଟି ଶବ୍ଦ ଲେଖାଯାଇଛି -ମୁଁ ତୁମକୁ ହତ୍ୟା କରିବି। ଏଭଳି ଧମକ ପାଇବା ପ‌ରେ ଗମ୍ଭୀର ତୁରନ୍ତ ଏହି ଇମେଲ୍ ବିଷୟରେ ପୁଲିସକୁ ଜଣାଇଥିଲେ।  ପ୍ରାରମ୍ଭିକ ତଦନ୍ତ ଅନୁସାରେ, ଏହି ଧମକ ଆଇଏସଆଇଏସ କଶ୍ମୀର ଦେଇଛି।

ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯାଉଛି। ଏଥିପାଇଁ, ସାଇବର ସେଲ୍ ଟିମ୍ ଇମେଲକୁ ଟ୍ରାକ୍ କରିବାକୁ ଚେଷ୍ଟା କରୁଛି ଏବଂ ବୈଷୟିକ ବିଶ୍ଳେଷଣ ମାଧ୍ୟମରେ ଏହାର ତଦନ୍ତ କରୁଛି। ଏହି ଇମେଲ୍ କିଏ ଏବଂ କେଉଁଠାରୁ ପଠାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରଜିନ୍ଦର ନଗର ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ ଦାଖଲ କରାଯାଇଥିବା ସାମ୍ନାକୁ ଆସିଛି।

ପହଲଗାମରେ ମଙ୍ଗଳବାର କାପୁରୁଷ ଆତଙ୍କବାଦୀମାନେ କରିଥିବା ଆକ୍ରମଣ ପରେ ଏହାର ନିନ୍ଦା କରିଥିଲେ ଗମ୍ଭୀର। ଏକ୍ସରେ ସେ ପୋଷ୍ଟ କରି ଲେଖିଥିଲେ, "ମୃତକଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛି। ଯେଉଁମାନେ ଏଥିପାଇଁ ଦାୟୀ, ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ। ଭାରତ ଏହାର ଜବାବ ଦେବ।" ତାଙ୍କର ଏହି ପୋଷ୍ଟ ପରେ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe