ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବିନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ଭାରତକୁ ୫୧ ରନରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି । ଏହା ସହିତ ଏହି ସିରିଜ ଏବେ ୧-୧ରେ ବରାବର ହୋଇଯାଇଛି । 
ଦକ୍ଷିଣ ଆଫ୍ରିକା  ଦ୍ବାରା ରଖାଯାଇଥିବା ୨୧୪ ରନର ଲକ୍ଷ୍ୟ ଜବାବରେ ଭାରତ ୧୯.୧ ଓଭରରେ ୧୬୨ ରନ କରି ଅଲଆଉଟ ହୋଇଯାଇଥିଲା ।

Advertisment

ପରାଜୟ ପରେ ଖେଳ ପ୍ରେମୀ ନିରାଶ

ଏହି ପରାଜୟ ପରେ ଭାରତୀୟ ଦଳର ପ୍ରସ୍ତୁତି ଏବଂ ମାନସିକତା ଉପରେ ଖେଳପ୍ରେମୀ ଅନେକ ପ୍ରଶ୍ନ ଉଠାଇଛନ୍ତି। ଏଭଳି ସମୟରେ ୨ୟ ଟି-୨୦ ମ୍ୟାଚ୍ ଅପେକ୍ଷା ଭାରତର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରତିକ୍ରିୟା ଚର୍ଚ୍ଚାରେ ରହିଛି।
ମ୍ୟାଚ୍ ଶେଷ ହେବା ମାତ୍ରେ ଗମ୍ଭୀର ଖେଳାଳିମାନଙ୍କ ସହ ହାତ ମିଳାଇବାକୁ ଯାଇଥିଲେ। ସେଠାରେ ତାଙ୍କର କଠୋର ମନୋଭାବ ଏବଂ ଶାରୀରିକ ଆଚରଣର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଧିକପଢ଼ନ୍ତୁ:ଇଞ୍ଜିନିୟରିଂ ଡିଗ୍ରୀ ସହ ମିଳିଥିଲା ଚାକିରି, ଜାଣନ୍ତୁ କାହିଁକି ୟୁପିଏସସି ପାଇଁ ମନ ବଳାଇଥିଲେ ଆୟୁଷ

ଗମ୍ଭୀରଙ୍କ 'ଗମ୍ଭୀର' ଶୈଳୀ ଭାଇରାଲ ହେଉଛି

ଚଳିତ ମ୍ୟାଚରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ଥିଲା। ଏହି ଭୁଲଗୁଡ଼ିକ ମଧ୍ୟରେ, ମ୍ୟାଚ୍ ପରେ ଖେଳାଳିମାନଙ୍କ ସହିତ ହାତ ମିଳାଇବା ସମୟରେ ଗମ୍ଭୀରଙ୍କ ରାଗ ତାଙ୍କ ମୁହଁରେ ସ୍ପଷ୍ଟ ଭାବରେ ବାରି ହୋଇପଡ଼ୁଥିଲା। ମ୍ୟାଚ ପରେ ସୂର୍ଯ୍ୟକୁମାର ଯାଦବ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଦଳକୁ ଏହାର ରଣନୀତି ପରିବର୍ତ୍ତନ କରିବାକୁ ପଡିବ। ମ୍ୟାଚକୁ କେହି ଗମ୍ଭୀରତା ସହ ନେଇ ନଥିଲେ। ଯାହାର ପରିଣାମ ଆପଣମାନଙ୍କ ସାମ୍ନାରେ ରହିଛି।’

ଅଧିକପଢ଼ନ୍ତୁ:ସୋନିଆ ଗାନ୍ଧୀଙ୍କୁ ମହମ୍ମଦ ମୋକିମଙ୍କ ଚିଠି, ନୂ୍ଆଦିଲ୍ଲୀରେ ହେବ କଂଗ୍ରେସ ବିବାଦର ସମାଧାନ!