ବିବାଦ ମଧ୍ୟରେ ବିରାଟଙ୍କ ସହ ସଂପର୍କ ନେଇ ମୁହଁ ଖୋଲିଲେ ଗମ୍ଭୀର

ବିବାଦ ମଧ୍ୟରେ ବିରାଟଙ୍କ ସହ ସଂପର୍କ ନେଇ ମୁହଁ ଖୋଲିଲେ ଗମ୍ଭୀର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଦଳର ମୁଖ୍ୟ କୋଚ ଦାୟିତ୍ବ ସମ୍ଭାଳିଛନ୍ତି ଗୌତମ ଗମ୍ଭୀର । ଏଥିସହିତ ପ୍ରଥମ ପ୍ରେସମିଟ କରି ଦଳକୁ ନେଇ ପ୍ରସ୍ତୁତି ସମ୍ପର୍କରେ କହିଛନ୍ତି । ବିଶେଷ କରି କୋହଲୀଙ୍କୁ ନେଇ ଦେଇଛନ୍ତି ନିଜ ମତ । ଆଇପିଏଲ ୨୦୨୩ ସମୟରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଥିବା ସମସ୍ତେ ଜାଣନ୍ତି। ଏବେ ଗମ୍ଭୀର ନିଜେ ବିରାଟଙ୍କ ସହ ସମ୍ପର୍କ ପ୍ରକାଶ କରିଛନ୍ତି।

ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବା ପରେ ଗମ୍ଭୀର ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଗମ୍ଭୀର କହିଛନ୍ତି ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟ ପାଇଁ ବିରାଟ କୋହଲିଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ। ତାହା ଅର୍ଥ ସେ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ପରୋକ୍ଷରେ ନିନ୍ଦା କରିଛନ୍ତି। ୨୭ ଜୁଲାଇରୁ ହେବାକୁ ଥିବା କ୍ରିକେଟ୍ ସିରିଜ ପାଇଁ ସୋମବାର ଶ୍ରୀଲଙ୍କା ଗସ୍ତ କରିଛି ଟିମ୍ ଇଣ୍ଡିଆ । ନୂତନ କୋଚ୍ ଗୌତମ ଗମ୍ଭୀରଙ୍କ ନେତୃତ୍ବରେ ଟିମ ଶ୍ରୀଲଙ୍କା ଗସ୍ତ କରିଛି । ସେଠାରେ ଦଳ ୩ଟି ଟି-୨୦ ଓ ୩ଟି ଏକଦୀବସୀୟ ମ୍ୟାଚ ଖେଳିବା । ପ୍ରଥମ ଥର ପାଇଁ କୋଚ୍ ଗମ୍ଭୀରଙ୍କ ନେତୃତ୍ବରେ ଭାରତ ଖେଳିବ ମ୍ୟାଚ୍ ।

ଟି-୨୦ ବିଶ୍ବକପ ଓ ଜିମ୍ବାୱେ ସିରିଜରେ ଦମଦାର ପ୍ରଦର୍ଶନ ପରେ ଶ୍ରୀଲଙ୍କାରେ ବୀଜୟ ବାନା ଉଡାଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe