ଏହି କ୍ରିକେଟରଙ୍କୁ ଭାରତୀୟ କ୍ରିକେଟର ଶେହେନଶାହ କହିଲେ ଗମ୍ଭୀର

ଭାରତୀୟ କ୍ରିକେଟର ଶେହେନଶାହ କିଏ ବୋଲି ଗମ୍ଭୀରଙ୍କୁ ପ୍ରଶ୍ନ କରାଯିବାରୁ ଗୌତମ ଗମ୍ଭୀର ବିରାଟ କୋହଲି ନାମ ନେଇଥିଲେ। ଏବେ ତାଙ୍କ ଏହି ଉତ୍ତରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 

virue

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ଏବେ ଏକ ବଡ଼ ବିବୃତିି ଦେଇଛନ୍ତି। ଭାରତୀୟ କ୍ରିକେଟର ଶେହେନଶାହ କିଏ ବୋଲି ଗମ୍ଭୀରଙ୍କୁ ପ୍ରଶ୍ନ କରାଯିବାରୁ ସେ ଯେଉଁ ଉତ୍ତର ଦେଇଥିଲେ, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। 

ନିକଟରେ ଅନୁଷ୍ଠିତ ଡିପିଏଲ ଟି-୨୦ ୨୦୨୪ରେ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟର ଶେହେନଶାହ କିଏ ବୋଲି ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ନାମ ନେଇଥିଲେ। ଅତୀତରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଯାଇସାରିଥିବା ବେଳେ ଏବେ ଗମ୍ଭୀର, ବିରାଟଙ୍କୁ ଶେହେନଶାହ କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟିମ୍ ଇଣ୍ଡିଆର କୋଚ୍ ‌ହେବା ପରେ ବିରାଟଙ୍କ ସହ ଥିବା ତାଙ୍କ ତିକ୍ତତା ଦୂର ହୋଇଛି ବୋଲି ଗମ୍ଭୀରଙ୍କ ଏହି ଉତ୍ତର ସ୍ପଷ୍ଟ କରିଛି।

ଗୌତମ ଗମ୍ଭୀର, ବିରାଟ କୋହଲିଙ୍କୁ ଶେହେନଶାହ ବୋଲି କହିବା ଭୁଲ ନୁହେଁ। ସଚିନ ତେନ୍ଦୁଲକରଙ୍କ ପରେ କିଙ୍ଗ କୋହଲି ନିଜର ଦାୟିତ୍ବ ଭଲ ନିଭାଇଛନ୍ତି। ବର୍ତ୍ତମାନ ସେ ସଚିନଙ୍କ ପରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ଯିଏ ଦେଶ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ଦେଶ ପାଇଁ ୬୬୪ମ୍ୟାଚ୍ ଖେଳି ସଚିନ ତେନ୍ଦୁଲକର ହାରାହାରି ୩୪୩୫୭ ରନ୍ ସଂଗ୍ରହ କରିଥିଲେ । ଅନ୍ୟପକ୍ଷରେ କୋହଲି ୫୩୩ ଇନିଂସରେ  ୨୬୯୪୨ ରନ୍ ସଂଗ୍ରହ କରିଛନ୍ତି |

ଏ ଖବର ପଢ଼ନ୍ତୁ- https://sambad.in/entertainment/mother-joyce-records-statement-reveals-what-exactly-happened-7062710

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe