ଏହି ଖେଳାଳିଙ୍କ ଚୟନକୁ ନେଇ ରାଗିଯିବା ସହ ଶୀଘ୍ର ଦଳରୁ ବାହାର କରିବାକୁ କହିଲେ ଗୌତମ ଗମ୍ଭୀର

Advertisment
ଏହି ଖେଳାଳିଙ୍କ ଚୟନକୁ ନେଇ ରାଗିଯିବା ସହ ଶୀଘ୍ର ଦଳରୁ ବାହାର କରିବାକୁ କହିଲେ ଗୌତମ ଗମ୍ଭୀର

aajtak

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଓଡିଆଇ ସିରିଜରେ ପରାଜୟ ପରେ ଭାରତୀୟ ଟିମର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଛି | ବିଶେଷକରି ଦଳର କିଛି ଖେଳାଳିଙ୍କ ଚୟନକୁ ଟାର୍ଗେଟ କରାଯାଉଛି। ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଭେଙ୍କଟେଶ ଆୟରଙ୍କ ଚୟନକୁ ବିରୋଧ କରିଛନ୍ତି। କେବଳ ଆଇପିଏଲରେ ପ୍ରଦର୍ଶନ ଆଧାରରେ ଏଭଳି ଚୟନ ଠିକ୍ ନୁହେଁ ବୋଲି ଗୌତମ ଗମ୍ଭୀର କହିଛନ୍ତି।

ତାଙ୍କ କହିବା ମୁତାବକ, କେବଳ ଆଇପିଏଲ ପ୍ରଦର୍ଶନ ଆଧାରରେ ଟିମରେ ଚୟନ କରିବା ଠିକ ନୁହେଁ । ଯଦି ଟିମରେ ତାଙ୍କୁ ଖେଳାଇବାକୁ ଚାହୁଁଛ ତେବେ ତାଙ୍କୁ ଶୀଘ୍ର ବିଦା କର, ଆଉ ଆଇପିଏଲରେ ମିଡିଲ ଅର୍ଡରରେ ବ୍ୟାଟିଂ କରିବାକୁ ଦିଅ । ମତେ ଲାଗୁଛି ତାଙ୍କୁ କେବଳ ଟି-୨୦ରେ ହିଁ ସୀମିତ ରଖିବା ଆବଶ୍ୟକ । ଆଇପିଏଲର ୭/୮ଟି ମ୍ୟାଚ ଆଧାରରେ ଏମିତି ସୁଯୋଗ ଦିଆଯିବା ଠିକ ନୁହେଁ । ଯଦି ଆଇପିଏଲ୍ ଆଧାର କରାଯାଉଛି, ତେବେ କେବଳ ଟି -୨୦ ଟିମରେ ଭେଙ୍କଟେଶ ଆୟରଙ୍କୁ ସ୍ଥାନ ଦିଆଯିବା ଉଚିତ୍ | ଓଡିଆଇ କ୍ରିକେଟ୍ ସମ୍ପୂର୍ଣ୍ଣ ଭିନ୍ନ ଖେଳ ଅଟେ | ଏତେ ଶୀଘ୍ର ତାଙ୍କୁ ଏ ସୁଯୋଗ ଦିଆଯିବା ଠିକ ନୁହଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe