ଇନ୍ଦୋର: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ପ୍ରଶ୍ନ ଉଠିଛି। ତାଙ୍କ ସୋସିଆଲ ମିଡିଆରେ କଠୋର ଭାଷାରେ ଟ୍ରୋଲ୍ କରାଯାଉଛି। ଏପରିକି ସେ ସବୁଠାରୁ ଖରାପ ପ୍ରଶିକ୍ଷକ ବୋଲି ପ୍ରସଂଶକମାନେ କହୁଛନ୍ତି।
୨୦୨୪ ଜୁଲାଇ ମାସରେ ବିସିସିଆଇ ପକ୍ଷରୁ ଯେତେବେଳେ ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆ ମୁଖ୍ୟ ପ୍ରଶିକ୍ଷକ କରାଗଲା ସେତେବେଳେ ଆଶା କରାଯାଉଥିଲା ଯେ ନିଜର ଆକ୍ରାମକ ଆଭିମୁଖ୍ୟ ସହ ଗୌତମ ଭାରତୀୟ ଦଳକୁ ଏକ ନୂଆ ଉଚ୍ଚତାକୁ ନେଇଯିବେ। କିନ୍ତୁ ଏବେ, ପ୍ରାୟ ଦେଢ ବର୍ଷ ପରେ ଲାଗୁଛି ଯେ ଭାରତୀୟ ଦଳ ଉପରକୁ ଉଠିବ କ''ଣ, ଓଲଟି ତଳକୁ ଖସିଚାଲିଛି। ଗୌତମଙ୍କ ଅଧନସ୍ଥ ଭାରତୀୟ ଦଳ ଏହି ଦେଢ ବର୍ଷ ମଧ୍ୟରେ ଏପରି କେତେକ ରେକର୍ଡ କରିଛି, ଯାହାକୁ ଭାରତୀୟ ଦଳର ପ୍ରସଂଶକମାନେ ଭୁଲିଯିବାକୁ ଚାହିଁବେ।
ନୈରାଶ୍ୟଜନକ ରେକର୍ଡ
ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ୨୦ଟି ଦିନିକିଆ ଖେଳି ୧୨ଟିରେ ବିଜୟ ଓ ୭ଟିରେ ପରାଜୟ ବରଣ କରିଛି ଓ ଗୋଟିଏ ମ୍ୟାଚ ଟାଇ ହୋଇଛି। ଅର୍ଥାତ ସଫଳତା ହାର ୬୦ ପ୍ରତିଶତ। ସେହିପରି ଟେଷ୍ଟର ସ୍ଥିତି ଆହୁରି ଖରାପ ରହିଛି। ଏହି ଫର୍ମାଟରେ ଭାରତ ୧୯ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିଥିବାବେଳେ ୧୦ଟିରେ ପରାଜୟ ବରଣ କରିଛି ଓ ୨ଟି ଡ୍ର ହୋଇଛି। ଅର୍ଥାତ୍ ସଫଳତା ହାର ମାତ୍ର ୩୬.୮୪ ପ୍ରତିଶତ ରହିଛି।
ଲଜ୍ଜାଜନକ ରେକର୍ଡ
ଏବେ ଆଉ କିଛି ଲଜ୍ଜାଜନକ ରେକର୍ଡ ଉପରେ ନଜର ପକାଯାଉ। ଗୌତମଙ୍କ ସମୟରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାକୁ ୩-୧ରେ ହାରିଯାଇଥିଲା। ନ୍ୟୁଜିଲାଣ୍ଡ ଭାରତ ମାଟିରେ ତିନିଟିକିଆ ଟେଷ୍ଟ ଶୃଙ୍ଖଳାକୁ ୩-୦ରେ ଜିତି କ୍ଲିନସ୍ବିପ କରିଥିଲା। ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଭାରତ ମାଟିରେ ଏହି ସଫଳତା ହାସଲ କରିଥିଲା। ୨୦୨୫ରେ ଭାରତ ଘରୋଇ ମାସରେ ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ ଶୃଙ୍ଖଳା ହାରିଥିଲା, ଯାହାକି ଗତ ୨ ଦଶନ୍ଧି ମଧ୍ୟରେ ପ୍ରଥମ ଥିଲା। ସେହିପରି ବିଗତ ୨୮ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ଦଳ ଭାରତରେ ଏକ ଦିନିକିଆ ଶୃଙ୍ଖଳାକୁ କ୍ଲିନସ୍ବିପ୍ କରିଥିଲା। ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପରାଜୟ ଗୌତମଙ୍କ ରେକର୍ଡକୁ ଆହୁରି ଖରାପ କରିଦେଇଛି।
ଖେଳାଳି ଚୟନକୁ ନେଇ ପ୍ରଶ୍ନ
ଅନ୍ୟପକ୍ଷରେ କେବଳ ପଡ଼ିଆ ଭିତରେ ନୁହେଁ ପଡ଼ିଆ ବାହାରେ ବି ଚର୍ଚ୍ଚାରେ ରହିଛନ୍ତି ଗୌତମ। ଭାରତୀୟ ଦଳର ବରିଷ୍ଠ ସଦସ୍ୟମାନଙ୍କ ସହ ତାଙ୍କର ସଂପର୍କକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି। ସେହିପରି ଦଳ ଚୟନକୁ ନେଇ ତାଙ୍କର କେତେକ ନିଷ୍ପତ୍ତି ବିବାଦରେ ରହିଆସିଛି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବୋଲର ଅର୍ଶଦୀପ ସିଂ, ଅଲରାଉଣ୍ଡର ଅକ୍ଷର ପଟେଲକୁ ବିଶ୍ରାମ ଦିଆଯିବାକୁ ନେଇ, ଆହତ ଓ୍ବାସିଂଟନ ସୁନ୍ଦରଙ୍କ ସ୍ଥାନରେ ଆୟୁଷ ବଦୋନିଙ୍କ ସାମିଲକୁ କିଛି ପୂର୍ବତନ ଖେଳାଳି ପ୍ରଶ୍ନ ଉଠାଇଥିଲେ।
ଆହୁରି ପଢ଼ନ୍ତୁ: BJP National President Election: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ: ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମୁଖ୍ୟଙ୍କୁ ଦିଲ୍ଲୀ ଡକରା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/19/trolled-2026-01-19-14-25-06.jpg)