NDTV Sports
ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ୍ ଶନିବାରଠୁ ଆରମ୍ଭ ହେବ। ଏହି ମ୍ୟାଚ୍ ପୂର୍ବରୁ କିଂବଦନ୍ତି ଭାରତୀୟ ବ୍ୟାଟର୍ ସୁନିଲ ଗାଭାସ୍କର ନିଜ ପସନ୍ଦର ବ୍ୟାଟିଂକ୍ରମ ଚୟନ କରିଛନ୍ତି। ସେ ଶୁବମନ ଗିଲ୍ଙ୍କ ବଦଳରେ ମୟଙ୍କ ଅଗ୍ରୱାଲ୍ଙ୍କୁ ଖେଳାଇବାକୁ ଯୁକ୍ତି ବାଢ଼ିଛନ୍ତି। ‘‘ଗିଲ୍ ଗତ ଦୁଇମାସ ହେଲା କୌଣସି ପ୍ରକାର କ୍ରିକେଟ୍ ଖେଳିନାହାନ୍ତି। ଏପରିକି ରଣଜୀ ବି ଖେଳି ନାହାନ୍ତି। ଏହାକୁ ଦେଖିଲେ ସେ ଏବେ ଭାରତ ପାଇଁ ଖେଳିବାକୁ ଯୋଗ୍ୟ ନୁହଁନ୍ତି। ତାଙ୍କ ପାଖରେ ନିଶ୍ଚିତ ପ୍ରତିଭା ରହିଛି। ଏଥିରେ ସନ୍ଦେହ ନାହିଁ। କିନ୍ତୁ ଶେଷରେ ସେ ଫର୍ମରେ ଅଛନ୍ତି କି ନାହିଁ ତାହା ଜାଣିବା କିପରି। ଯଦି ଆମେ ଭଲଭାବେ ନିରୀକ୍ଷଣ କରିବା ମୟଙ୍କ ଭାରତର ଘରୋଇ ଶୃଙ୍ଖଳାରେ ସର୍ବଦା ସ୍କୋର୍ କରନ୍ତି। ସେ ଭାରତରେ ବସ୍ କିନ୍ତୁ ବାହାରେ ସ୍କୋର୍ କରିପାରନ୍ତିନି। ଘରୋଇ ଶୃଙ୍ଖଳାରେ ସେ ଶତକ କିମ୍ବା ଦ୍ବିଶତକ ଅର୍ଜନ କରିପାରିବେ। ତେଣୁ ଦ୍ବିତୀୟ ଟେଷ୍ଟ୍ରେ ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବା ଆବଶ୍ୟକ। ନମ୍ବର ୩ରେ ହନୁମା ବିହାରୀ। ଦକ୍ଷିଣ ଆଫ୍ରିକାରେ ଗୋଟିଏ ସୁଯୋଗ ପାଇଥିଲେ ବିହାରୀ। ଦ୍ବିତୀୟ ପାଳିରେ ଦଳ ପାଇଁ ମୂଲ୍ୟବାନ ସ୍କୋର ଯୋଡ଼ିଥିଲେ। ମୁଁ ଭାବୁଛି ନ୍ୟୁଜିଲାଣ୍ଡ୍ ବିପକ୍ଷ ପଦାର୍ପଣ ଟେଷ୍ଟ୍ରେ ଶତକ ଜମାଇଥିବା ଶ୍ରେୟସ ଆୟର ଶ୍ରୀଲଙ୍କା ବିପକ୍ଷ ଧଳାବଲ୍ ମ୍ୟାଚ୍ରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ସେ କ୍ରମାଗତ ୩ ଅର୍ଦ୍ଧଶତକ ଜମାଇଥିଲେ। ତେଣୁ ସେ ମଧ୍ୟ ଦ୍ବିତୀୟ ଟେଷ୍ଟ୍ ପାଇଁ ଦଳର ଶୀର୍ଷ ୫ ବ୍ୟାଟର୍ଙ୍କ ମଧ୍ୟରେ ରହିବେ’’ ବୋଲି ପୂର୍ବତନ ଭାରତୀୟ ଅଧିନାୟକ ଗାଭାସ୍କର କହିଛନ୍ତି। ଏଥି ସହିତ ରୋହିତ, ମୟଙ୍କ, ବିହାରୀ, ବିରାଟ କୋହଲି ଏବଂ ଶ୍ରେୟସଙ୍କୁ ନେଇ ଗାଭାସ୍କର ନିଜ ପସନ୍ଦର ପ୍ରଥମ ୫ ବ୍ୟାଟିଂକ୍ରମ ସ୍ଥିର କରିଛନ୍ତି।
Follow Us