କୋହଲିଙ୍କ ସହ କୋଡିଏ ମିନିଟ୍‌ ଲୋଡ଼ିଲେ ଗାଭାସ୍କର

Advertisment
ରଣଜୀ ଟ୍ରଫିକୁ ଲୋଭନୀୟ କରିବାକୁ ଗାଭାସ୍କରଙ୍କ ଆହ୍ବାନ: ଟେଷ୍ଟ୍ ଭଳି ପ୍ରୋତ୍ସାହନ ରାଶି ଦେବାକୁ ପରାମର୍ଶ

ମୁମ୍ବାଇ: ଫର୍ମ ପାଇଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସାମ୍ପ୍ରତିକ ସଂଘର୍ଷକୁ ନେଇ ମୁହଁ ଖୋଲିଛନ୍ତି କିଂବଦନ୍ତି ବ୍ୟାଟର୍‌ ସୁନିଲ ଗାଭାସ୍କର। ‘ବିରାଟ କୋହଲିଙ୍କ ସହ ଯଦି ମୁଁ ୨୦ ମିନିଟ୍‌ ବିତାଇବି ତେବେ ତାଙ୍କ ବ୍ୟାଟିଂ ଦୁର୍ବଳତାକୁ ଦୂର କରିବାରେ ସହାୟତା କରିପାରନ୍ତି। ମୁଁ ଦୃଢ଼ଭାବେ କହୁନାହିଁ ତାଙ୍କୁ ସହାୟକ ହେବ, କିନ୍ତୁ ଅଫଷ୍ଟମ୍ପ୍ ବାହାର ବଲ୍‌କୁ ଖେଳିବାର ଦୁର୍ବଳତା ଦିଗରେ ନିଶ୍ଚିତ ମୋ ପରାମର୍ଶ ତାଙ୍କୁ ସହାୟତା କରିପାରନ୍ତା।’ ବୋଲି ଗାଭାସ୍କର ଏକ ଇଂରାଜୀ ଦୈନିକକୁ ସାକ୍ଷାତକାର ବେଳେ କହିଛନ୍ତି। ‘ଜଣେ ପ୍ରାରମ୍ଭିକ ବ୍ୟାଟର୍ ଭାବେ, ବଲ୍‌ ଲାଇନ୍‌ ସମସ୍ୟାର ସମ୍ମୁଖୀନ ହେଉଥିଲେ, ନିର୍ଦ୍ଧିଷ୍ଟ ଭାବେ କିଛି କରିବାର ଅଛି ଯାହାର ପ୍ରୟାସ ହେବା ଉଚିତ୍‌’ ବୋଲି ସନ୍ନି ତାଙ୍କ ପରାମର୍ଶରେ କହିଛନ୍ତି।

ସୂଚନାଯୋଗ୍ୟ, ଦୀର୍ଘ ୩ ବର୍ଷ ହେବ କୋହଲିଙ୍କ ବ୍ୟାଟ୍‌ରୁ ଶତକ ମିଳିନଥିବା ବେଳେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ଶୃଙ୍ଖଳାରେ ୬ ପାଳିରୁ ମାତ୍ର ୭୬ ରନ୍‌ କରିଥିଲେ। କୋହଲିଙ୍କ ସଂଘର୍ଷକୁ ନେଇ ପୂର୍ବତନ ଖେଳାଳିମାନେ ତୁମ୍ବିତୋଫାନ କରୁଥିବା ବେଳେ ପ୍ରଶଂସକମାନେ ମଧ୍ୟ ନାରାଜ ହୋଇଛନ୍ତି। ‌ଚଳିତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଥିବାରୁ କୋହଲିଙ୍କୁ ଦଳରୁ ବିଦା କରିବାକୁ ମଧ୍ୟ କେତେକ ଦାବି ଉଠାଇଛନ୍ତି। କିଂବଦନ୍ତି କପିଳ ଦେବ ମଧ୍ୟ କୋହଲିଙ୍କୁ ବାଦ୍ ଦେଇ ଯୁବ ଖେଳାଳିଙ୍କୁ ନେବାକୁ ପରାମର୍ଶ ଦେଇଛନ୍ତି। ତେବେ ବାବର ଆଜମ, କେଭିନ୍ ପିଟରସନ୍‌, ସୋଏବ ଅଖତର ପ୍ରମୁଖ କୋହଲିଙ୍କୁ ସମର୍ଥନ କରିଛନ୍ତି। ଚଳିତ ସପ୍ତାହରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ଶୃଙ୍ଖଳା (୫ ଟ୍ବେଣ୍ଟି-୨୦ ଓ ୩ ଦିନିକିଆ)ରୁ କିନ୍ତୁ କୋହଲି ବିଶ୍ରାମ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe