୧୪୦୦୦ ଟି-୨୦ରେ ରନ୍‌ କରିବାରେ ଗେଲ୍‌ ପ୍ରଥମ

୧୪୦୦୦ ଟି-୨୦ରେ ରନ୍‌ କରିବାରେ ଗେଲ୍‌ ପ୍ରଥମ

ସେଣ୍ଟ୍‌ ଲୁସିଆ: ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଏହି ମ୍ୟାଚ୍‌ରେ ସେ ୬୩ ରନ୍‌ର ପାଳି ଖେଳି ଦଳର ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ। ଏଥିସହ ସେ ନିଜ ଟି-୨୦ ରନ୍‌ ସଂଖ୍ୟା ୧୪୦୦୦ରେ ପହଞ୍ଚାଇଥିଲେ। ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିବାରେ ନିଜକୁ ‘ୟୁନିଭର୍ସ ବସ୍‌’ ଭାବେ ଘୋଷଣା କରିଥିବା ଗେଲ୍‌ ପ୍ରଥମ ଖେଳାଳି ହୋଇଥିଲେ। ଆଇସିସି ଏହି ବିଷୟରେ ଟ୍ବିଟର୍‌ ପ୍ରକାଶ କରି ସ୍ପ‌ଷ୍ଟ କରିଛି। ‘‘ଯେଉଁଠା‌ରେ ପହଞ୍ଚିଛନ୍ତି ତାଙ୍କ ପୂର୍ବରୁ କୌଣସି ବ୍ୟକ୍ତି ପହଞ୍ଚିନଥିଲେ। କ୍ରିସ ଗେଲ୍‌ ପ୍ରଥମ ଖେଳାଳି ଭାବେ ଟି-୨୦ କ୍ରିକେଟ୍‌ରେ ୧୪୦୦୦ ରନ୍‌ ଅତିକ୍ରମ କରିଛନ୍ତି’’ ବୋଲି ଆଇସିସି ସାମାଜିକ ଗଣମାଧ୍ୟମରେ ଗେଲ୍‌ଙ୍କ ଫଟୋ ସହ ଏହି ଶିରୋନାମା ‌‌ରଖିଛି। ଆଇସିସିର ଏହି ପୋଷ୍ଟ ପରେ ଗେଲ୍‌ଙ୍କୁ ପୂର୍ବତନ ଏବଂ ଏବର ବହୁ କ୍ରୀଡ଼ାବିତ୍‌ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe