ଗେଲ୍‌ଙ୍କ ଛକା ନମ୍ବର ୩୫୦

Advertisment
ଗେଲ୍‌ଙ୍କ ଛକା ନମ୍ବର ୩୫୦

ମୁମ୍ବାଇ: ନିଜକୁ ‘ୟୁନିଭର୍ସାଲ ବସ୍’ କହୁଥିବା ପଞ୍ଜାବ କିଙ୍ଗ୍ସର ବିସ୍ଫୋରକ ବ୍ୟାଟିଂ ବୀର କ୍ରିସ୍ ଗେଲ୍ ଆଇପିଏଲ୍-୨୦୨୧ରେ ଖେଳିଥିବା ନିଜ ପ୍ରଥମ ମ୍ୟାଚ୍‌ରେ ହିଁ ନୂଆ ଓ ବିରଳ କୀର୍ତ୍ତିମାନ କରିଛନ୍ତି। ଆଇପିଏଲ୍‌ରେ ୩୫୦ ଛକା ମାରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି। ସୋମବାର ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡର ବେନ୍ ‌ଷ୍ଟୋକ୍ସଙ୍କ ସର୍ଟ ବଲ୍‌କୁ ମିଡ୍ ୱି‌କେଟ୍ ଉପରେ ସୀମା ରେଖା ପାର କରି ଚଳିତ ଆଇପିଏଲ୍‌ର ପ୍ରଥମ ଛକା ମାରିବା ସହ ଏହି ମାଇଲଖୁଣ୍ଟ ଛୁଇଁଥିଲେ ଗେଲ୍‌।

ଗେଲ୍ ସଂପ୍ରତି ୧୩୩ ଆଇପିଏଲ୍ ମ୍ୟାଚ୍ ଖେଳି ସର୍ବାଧିକ ୩୫୧ ଛକା ମାରିଛନ୍ତି। ଏହି କ୍ଷେତ୍ରରେ ଅନ୍ୟ କୌଣସି ଖେଳାଳି ତାଙ୍କ ଆଖପାଖରେ ବି ନାହାନ୍ତି। ଆର୍‌ସିବିର ଏବି ଡି’ଭିଲିୟର୍ସ (୨୩୭) ଗେଲ୍‌ଙ୍କଠାରୁ ୧୧୪ ଛକା କମ୍ ମାରି ଦୀର୍ଘ ବ୍ୟବଧାନରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୨୧୬) ତୃତୀୟ, ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା (୨୧୪) ଚତୁର୍ଥ ଓ ଆର୍‌ସିବି ଅଧିନାୟକ ବିରାଟ କୋହଲି (୨୦୧) ପଞ୍ଚମ ସ୍ଥାନରେ ଅଛନ୍ତି। ସର୍ବାଧିକ ଛକା ସହ ଆଇପିଏଲ୍‌ରେ ସର୍ବାଧିକ ଶତକ (୬) ଓ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ (୧୭୫*) ମଧ୍ୟ ଗେଲ୍‌ଙ୍କ ନାଁରେ ରହିଛି। ସର୍ବାଧିକ ରନ୍ ସଂଗ୍ରହ କରିବାରେ ଗେଲ୍ (୪୮୧୨) ସପ୍ତମ ସ୍ଥାନରେ ରହିଛନ୍ତି। ପାଳି ଆରମ୍ଭ କରିବା ପରିବର୍ତ୍ତେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ତୃତୀୟ ସ୍ଥାନରେ ଖେଳି ୱେଷ୍ଟଇଣ୍ଡିଜ୍‌ର ଏହି ରଙ୍ଗିନ ମିଜାଜଧାରୀ ତାରକା ସୋମବାର ୨୮ ବଲ୍‌ରୁ ୪ ଚୌକା, ୨ ଛକା ବଳରେ ୪୦ ରନ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe