ମା’ ହେଲେ ଭାରତୀୟ କୁସ୍ତିଯୋଦ୍ଧା ଗୀତା ଫୋଗଟ

Advertisment
ମା’ ହେଲେ ଭାରତୀୟ କୁସ୍ତିଯୋଦ୍ଧା ଗୀତା ଫୋଗଟ

The Indian Express

ନୂଆଦିଲ୍ଲୀ : ଭାରତୀୟ କୁସ୍ତିଯୋଦ୍ଧା ଗୀତା ଫୋଗଟ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ପବନ କୁମାରଙ୍କୁ ବିବାହ କରିଥିବା ଗୀତା ମଙ୍ଗଳବାର (୨୪ ଡିସେମ୍ବର) ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟିନୀ ୩୧ ବର୍ଷୀୟ ଗୀତା ଟ୍ବିଟର୍‌ରେ ନିଜ ପୁଅର ଏକ ଫଟୋ ଛାଡିବା ସହ ସମସ୍ତଙ୍କର ଭଲପାଇବା ଓ ଆଶୀର୍ବାଦ କାମନା କରିଥିଲେ। ଏହି ଫଟୋରେ କୁନି ପୁଅ ସହ ଗୀତା ଓ ପବନଙ୍କୁ ଦେଖିବାକୁ ମିଳୁଛି। ଟ୍ବିଟ୍‌ରେ ପୁଅ ପାଇଁ ଗୀତା ଲେଖିଥିଲେ, “ଦୁନିଆକୁ ସ୍ବାଗତ। ସେ ଏଠାରେ ଅଛି। ଦୟାକରି ତାକୁ ଆପଣଙ୍କର ଭଲପାଇବା ଓ ଆଶୀର୍ବାଦ ଦିଅନ୍ତୁ। ସେ ଆମ ଜୀବନକୁ ପରିପୂର୍ଣ୍ଣ କରିଛି। ନିଜ ଜନ୍ମ କରିଥିବା ପିଲାକୁ ଦେଖିବାର ଅନୁଭବକୁ ବର୍ଣ୍ଣନା କରିବା ସମ୍ଭବ ନୁହେଁ।” ସୂଚନାଯୋଗ୍ୟ, ଗୀତା ଓ ପବନ କୁମାର ଜାନୁଆରି ୨୦୧୭ରେ ହରିଆଣାରେ ବିବାହ କରିଥିଲେ। ୨୦୧୬ରେ ମୁକ୍ତିଲାଭ କରିଥିବା ଅମିର ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦଙ୍ଗଲ୍’ ଗୀତା ଓ ତାଙ୍କ ଭଉଣୀ ବବିତା ଫୋଗଟଙ୍କ କାହାଣୀ ଉପରେ ପର୍ଯ୍ୟବେସିତ। ଏହି ଚଳଚ୍ଚିତ୍ର ମାଧ୍ୟମରେ ଦୁହେଁ ସାରା ବିଶ୍ବରେ ପ୍ରସିଦ୍ଧିଲାଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe