Outlook India
ମ୍ୟୁନିକ୍: ବକ୍ସିଂ ରିଂ ଭିତରେ ପ୍ରାଣ ହରାଇଛନ୍ତି ଜର୍ମାନ ମୁଷ୍ଟିଯୋଦ୍ଧା ମୁସା ୟାମାକ। ସମଗ୍ର ମୁଷ୍ଟିଯୋଦ୍ଧା ଦୁନିଆକୁ ଏହା ସ୍ତବ୍ଧ କରି ଦେଇଛି। ଗୁରୁବାର ଜଣେ ଟର୍କିଶ ଅଫିସିଆଲ୍ ଏହି ଘୋଷଣା କରିଛନ୍ତି। ମ୍ୟୁନିକ୍ରେ ଉଗାଣ୍ଡାର ହାଜମା ୱାନେନ୍ଦ୍ରଙ୍କ ବିପକ୍ଷ ଏହି ମୁକାବିଲାର ଦ୍ବିତୀୟ ରାଉଣ୍ଡ୍ ବେଳେ ପ୍ରବଳ ମୁଥମରାମରି ହୋଇଥିଲେ। ତୃତୀୟ ରାଉଣ୍ଡ୍ ମଝିରେ ମୁସାଙ୍କ ହୃଦ୍ଘାତ ହେବାରୁ ସେ ତଳେ ପଡ଼ିଯାଇଥିଲେ। ୩୮ ବର୍ଷୀୟ ମୁସା ତାଙ୍କ ମୁଷ୍ଟିଯୋଦ୍ଧା ଜୀବନରେ ଅପରାଜେୟ (୮-୦) ଥିଲେ। ଯୁବ ଅବସ୍ଥାନରେ ୟୁରୋପୀୟ ଏବଂ ଏସୀୟ ଚାମ୍ପିୟନସିପ୍ ଜିତିଥିଲେ ବୋଲି ଟର୍ସିଶ ଅଫିସିଆଲ୍ ହାସନ୍ ତୁରନ ପ୍ରକାଶ କରିଛନ୍ତି। ତାଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା କରାଯାଇଥିଲେ ତାଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା। ୨୦୧୭ ମସିହାରେ ପେସାଦାର ଜୀବନ ଆରମ୍ଭ କରିଥିବା ମୁସା ୨୦୨୧ରେ ଡବ୍ଲୁବିଫେଡ୍ ଅନ୍ତର୍ଜାତୀୟ ମୁକୁଟ ଜିତିଥିଲେ।
Follow Us