ନଭି ମୁମ୍ବାଇ : ବିଶ୍ବକପ୍ ଲାଗି ଭାରତ ଗସ୍ତରେ ଥିବା ୧୭ ବର୍ଷରୁ କମ୍ ଜର୍ମାନି ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଫ୍ରିଡେରିକ୍ କ୍ରମ୍ପ କୋଭିଡ ପଜିଟିଭ୍ ଥିବା ଜଣାପଡ଼ିଛନ୍ତି। ଫଳରେ ଶୁକ୍ରବାର ବ୍ରାଜିଲ ବିପକ୍ଷ କ୍ବାର୍ଟର ଫାଇନାଲ୍ରେ ତାଙ୍କ ତତ୍ବାବଧାନରେ ଦଳ ଖେଳିନଥିଲା। ତାଙ୍କ ବଦଳରେ ସହଯୋଗୀ ପ୍ରଶିକ୍ଷକ ଜୁଲିଆ ସିମିକ ଓ ମେଲାନି ବେହରିଙ୍ଗର ତତ୍ବାବଧାନରେ ଦଳ ଖେଳିଥିଲା। ଜର୍ମାନି ମହିଳା ଦଳ ପକ୍ଷରୁ ୧୨୩ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ବେହରିଙ୍ଗ। ସେ ୨୦୦୮ ବିଶ୍ବକପ୍ ଏବଂ ୨ ଥର ୟୁରୋପୀୟ ବିଜେତା ଏବଂ ୨୦୧୬ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ଦଳର ସଦସ୍ୟା ରହିଥିଲେ। ଚଳିତ ବିଶ୍ବକପ୍ରେ କ୍ରମ୍ପ୍ ମଧ୍ୟ ପ୍ରଥମ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି।
ଜର୍ମାନି ମୁଖ୍ୟ ପ୍ରଶିକ୍ଷକଙ୍କୁ କୋଭିଡ୍
Advertisment
Follow Us