ତୁର୍କୀ ଭୂମିକମ୍ପ ପରେ ଘାନା ଫୁଟ୍‌ବଲ୍‌ ଖେଳାଳି ଅତ୍‌ସୁଙ୍କୁ ଜୀବିତ ଉଦ୍ଧାର କରାଗଲା

Advertisment
ତୁର୍କୀ ଭୂମିକମ୍ପ ପରେ ଘାନା ଫୁଟ୍‌ବଲ୍‌ ଖେଳାଳି ଅତ୍‌ସୁଙ୍କୁ ଜୀବିତ ଉଦ୍ଧାର କରାଗଲା

NDTV.com

ନୂଆଦିଲ୍ଲୀ: ତୁର୍କୀ ଭୂମିକମ୍ପ ପରେ ଘାନା ଫୁଟ୍‌ବଲ୍‌ ଖେଳାଳି କ୍ରିଷ୍ଟିଆନ୍‌ ଅତ୍‌ସୁଙ୍କୁ ମାଟି ତଳୁ ଜୀବନ୍ତ ଉଦ୍ଧାର କରାଯାଇଛି ବୋଲି ତାଙ୍କ କ୍ଲବ୍‌ ହାତାୟସପର ଉପସଭାପତି ଗଣମାଧ୍ୟମକୁ କହିଛନ୍ତି। ତୁର୍କୀ ଓ ସିରିଆର ବିଭିନ୍ନ ସହରରେ ସୋମବାର ଭୂମିକମ୍ପ ହୋଇଥିଲା। ଅନେକ ବଡ଼ବଡ଼ ଅଟ୍ଟାଳିକା ଭୁଷୁଡ଼ି ପଡ଼ିଥିଲା ବେଳେ ୫୦୦୦ରୁ ଊର୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଏହି ଭୂମିକମ୍ପ ପରେ ହାତାୟସପର ପକ୍ଷରୁ ଖେଳୁଥିବା ଅତ୍‌ସୁ ନିଖାଜ ଥିଲେ। ‘‘ଆହତ ଅବସ୍ଥାରେ ଅତ୍‌ସୁଙ୍କୁ ଆମେ ବାହାର କରିଛୁ। କିନ୍ତୁ ଆମ‌ର କ୍ରୀଡ଼ା ନିର୍ଦେଶକ ତାନେର ସଭୂତ ଦୁର୍ଭାଗ୍ୟବଶତଃ ଏଥିରେ ଫସି ରହିଛନ୍ତି’’ ବୋଲି କ୍ଲବ୍‌ ଉପସଭାପତି ମୁସ୍ତାଫା ଓଜାତ କହିଛନ୍ତି। ୩୧ ବର୍ଷୀୟ ଅତ୍‌ସୁ ପ୍ରିମିୟର ଲିଗ୍‌ରେ ଚେଲିସିରୁ ଲୋନ୍‌ରେ ଆସି ନ୍ୟୁକାଷ୍ଟଲ ୟୁନାଇଟେଡ୍‌ରୁ ଖେଳିଥିଲେ। ଗତ ସେପ୍ଟେମ୍ବରରେ ସେ ହାତାୟସପରରେ ଯୋଗଦେଇଥିଲେ। ଘାନା ପକ୍ଷରୁ ଶେ‌ଷ ଥର ଲାଗି ୨୦୧୯ରେ ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe