ଭାରତୀୟ ଦଳ ପାଇଁ ଗିଲ୍‌ ଆଇପିଏଲ୍‌ ପ୍ରଦର୍ଶନ ଜାରି ରଖନ୍ତୁ: ରୋହିତ

ଭାରତୀୟ ଦଳ ପାଇଁ ଗିଲ୍‌ ଆଇପିଏଲ୍‌ ପ୍ରଦର୍ଶନ ଜାରି ରଖନ୍ତୁ: ରୋହିତ

ଅହମଦାବାଦ : ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଟ୍ରଫି ଦୌଡ଼ରୁ ହଟାଇବାରେ ଶୁବମନ ଗିଲ୍‌ଙ୍କ ବଡ଼ ଭୂମିକା ରହିଥିଲା। କ୍ବାଲିଫାୟର-୨ରେ ଶୁବମନ୍‌ଙ୍କ ଶତକ (୧୨୯) ସହ ମୋହିତ ଶର୍ମାଙ୍କ ୫ ୱିକେଟ୍‌ (୫/୧୦) ମୁମ୍ବାଇ ଖେଳାଳିଙ୍କୁ ଆଘାତ ଦେଇଥିଲା। ତେବେ ଗିଲ୍‌ଙ୍କ ଏହି ପ୍ରଦର୍ଶନ ଭାରତୀୟ ଦଳର ମ୍ୟାଚ୍‌ ସମୟରେ ବି ଜାରି ରହୁ ବୋଲି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି)ରେ ଗିଲ୍‌ ତାଙ୍କ ଆଇପିଏଲ୍‌ ଫର୍ମ ବଜାୟ ରଖିବାର ଆଶା ବାନ୍ଧିଛନ୍ତି ରୋହିତ।

ରୋହିତଙ୍କ ଅନୁସାରେ, ପିଚ୍‌ର ସ୍ଥିତି ଅନୁସାରେ ଗିଲ୍‌ ଭଲ ବ୍ୟାଟିଂ କରିଥିଲେ। ତଥାପି ୨୦ରୁ ୨୫ ଅତିରିକ୍ତ ରନ୍ ଗୁଜରାଟ ଯୋଡ଼ିବାରୁ ଘରୋଇ ଦଳକୁ ତାହାର ଫାଇଦା ମିଳିଥିଲା। ପଶ୍ଚାତ୍‌ଧାବନ ବେଳେ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ବ୍ୟାଟରମାନେ ସକାରାତ୍ମକ ଥିଲେ। ହେଲେ ୱିକେଟ୍‌ ଖସିଯାଉଥିବାରୁ ରନ୍ କମିଯାଇଥିଲା ବୋଲି ରୋହିତ କହିଛନ୍ତି। ଗିଲ୍‌ଙ୍କ ଭଳି ମ୍ୟାଚ୍‌କୁ ଗଭୀରତାକୁ ନେଇପାରୁଥିବା ଜଣେ ବ୍ୟାଟର ମୁମ୍ବାଇ ବ୍ୟାଟିଂ କ୍ରମରେ ରହିବାର ଆବଶ୍ୟକତା ଥିବା ରୋହିତ କହିଛନ୍ତି। ତେବେ ଗୁଜରାଟ ଟାଇଟନ୍ସ ନିକଟରୁ ପରାଜୟ ସତ୍ତ୍ବେ ଅନେକ ସକାରାତ୍ମକ ମନୋଭାବକୁ ସାଙ୍ଗରେ ନେଇ ମୁମ୍ବାଇ ଚଳିତ ଆଇପିଏଲ୍‌ରୁ ବିଦାୟ ନେଇଛି। ଯାହାକି ପରବର୍ତ୍ତୀ ସଂସ୍କରଣରେ ଦଳକୁ ଗଢିବାରେ ସହାୟକ ହେବ ବୋଲି ରୋହିତ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe