Gill-Gambhir disagreement: ପିଚ୍‌କୁ ନେଇ ଗିଲ୍‌-ଗମ୍ଭୀର ମତଭେଦ!

Advertisment

ଇଡେନ୍ ଗାର୍ଡେନ୍ସ ଟେଷ୍ଟ୍‌ରେ ବିଶ୍ବ ବିଜେତା ଦକ୍ଷିଣ ଆଫ୍ରିକା ଦେଇଥିବା ୧୨୪ ରନ୍‌ ଲକ୍ଷ୍ୟକୁ ପିଛା କରି ଭାରତ ୩୦ ରନ୍‌ର ଅପ୍ରତ୍ୟାଶିତ ପରାଜୟ ପରେ ଏବେ ପିଚ୍‌ ବିବାଦ ପୁଣି ମୁଣ୍ଡ ଟେକିଛି। ଭାରତ ନିଜ ପସନ୍ଦରେ ପିଚ୍ ପ୍ରସ୍ତୁତ କରିଥିବା ବେଳେ ଅଧିନାୟକ ଶୁବମନ ଗିଲ୍‌ ଓ ମୁଖ୍ୟ ପ୍ରଶିକ୍ଷକ....

ଇଡେନ୍ ଗାର୍ଡେନ୍ସ ଟେଷ୍ଟ୍‌ରେ ବିଶ୍ବ ବିଜେତା ଦକ୍ଷିଣ ଆଫ୍ରିକା ଦେଇଥିବା ୧୨୪ ରନ୍‌ ଲକ୍ଷ୍ୟକୁ ପିଛା କରି ଭାରତ ୩୦ ରନ୍‌ର ଅପ୍ରତ୍ୟାଶିତ ପରାଜୟ ପରେ ଏବେ ପିଚ୍‌ ବିବାଦ ପୁଣି ମୁଣ୍ଡ ଟେକିଛି। ଭାରତ ନିଜ ପସନ୍ଦରେ ପିଚ୍ ପ୍ରସ୍ତୁତ କରିଥିବା ବେଳେ ଅଧିନାୟକ ଶୁବମନ ଗିଲ୍‌ ଓ ମୁଖ୍ୟ ପ୍ରଶିକ୍ଷକ....

fshfshshffh

କୋଲକାତା: ଇଡେନ୍ ଗାର୍ଡେନ୍ସ ଟେଷ୍ଟ୍‌ରେ ବିଶ୍ବ ବିଜେତା ଦକ୍ଷିଣ ଆଫ୍ରିକା ଦେଇଥିବା ୧୨୪ ରନ୍‌ ଲକ୍ଷ୍ୟକୁ ପିଛା କରି ଭାରତ ୩୦ ରନ୍‌ର ଅପ୍ରତ୍ୟାଶିତ ପରାଜୟ ପରେ ଏବେ ପିଚ୍‌ ବିବାଦ ପୁଣି ମୁଣ୍ଡ ଟେକିଛି। ଭାରତ ନିଜ ପସନ୍ଦରେ ପିଚ୍ ପ୍ରସ୍ତୁତ କରିଥିବା ବେଳେ ଅଧିନାୟକ ଶୁବମନ ଗିଲ୍‌ ଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ଥିବା ସନ୍ଦେହ ଘନୀଭୂତ ହୋଇଛି। ବିଶେଷ କରି ଇଡେନ୍‌ରେ ଭାରତ ଘରୋଇ ମାଟିରେ ସର୍ବନିମ୍ନ ପଶ୍ଚାତ୍‌ଧାବନ ବିଫଳତା ପାଇବା ପରେ ବିତର୍କ ଉଗ୍ରରୂପ ନେଇଛି। 

ଗତମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଅହମଦାବାଦରେ ଅଧିନାୟକ ଗିଲ୍‌ କହିଥ‌ିଲେ ଭାରତ ଏବେ ‘ରୢାଙ୍କ୍‌ ଟର୍ଣ୍ଣର୍‌’ ପ୍ରସ୍ତୁତିଠାରୁ ଦୂରେଇ ଗଲାଣି। ଆମେ ଏଭଳି ୱିକେଟ୍‌ରେ ଖେଳିବାକୁ ପସନ୍ଦ କରୁଛୁ ଯେଉଁଠି ବ୍ୟାଟର୍‌ ଓ ବୋଲର୍‌ଙ୍କୁ ସନ୍ତୁଳନ ଫାଇଦା ରହିଥିବ। ଇଡେନ୍ ଗାର୍ଡେନ୍ସ ପରାଜୟ ପରେ କିନ୍ତୁ ଗୌତମ ଗମ୍ଭୀରଙ୍କ ପ୍ରତିକ୍ରିୟା ଭିନ୍ନ ରହିଥିଲା। ‘‘ଆମେ ଏଭଳି ୱିକେଟ୍‌ରେ ଖେଳିବାକୁ ଯୋଜନା କରିଥିଲୁ। ଇଡେନ୍ ୱିକେଟ୍‌ରେ କିଛି ତ୍ରୁଟି ନଥିଲା। ଆମେ ଏହି ଟେଷ୍ଟ୍ ଜିତିଥିଲେ ହୁଏତଃ ଆପଣ ଏଭଳି ବିତର୍କ କରି ନଥାନ୍ତେ’’ ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି। ଇଡେନ୍ ୱିକେଟ୍‌କୁ ସପ୍ତାହରୁ ଊର୍ଧ୍ବ ହେବ ପାଣି ଦିଆଯାଇ ନଥିଲା। ପ୍ରତି ସଂଧ୍ୟାରେ ଘୋଡ଼ାଇ ରଖାଯାଉଥିଲା। ଫଳତଃ ଶୁଷ୍କ ପିଚ୍‌ କାରଣରୁ ପ୍ରଥମ ଅଧିବେଶନରୁ ହିଁ ଏହା ଖରାପ ହୋଇଚାଲିଥିଲା। ୮ ଅଧିବେଶନରେ ମ୍ୟାଚ୍‌ ଶେଷ ହୋଇଯାଇଥିଲା। ୩୮ ୱିକେଟ୍‌ ପତନ ଘଟିଥିବା ବେଳେ ସ୍ପିନର୍‌ ୨୨ ଓ ପେସର୍‌ ୧୬ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe