ତେନ୍ଦୁଲକର, ଗାଭାସ୍କର ଓ ସେହବାଗ୍‌ଙ୍କ ତାଲିକାରେ ଯୋଡ଼ିହେଲେ ଗିଲ୍‌

୯୦ରୁ ୯୯ ରନ୍ ମଧ୍ୟରେ ଅପରାଜିତ ଓପନର୍‌

ସଚିନ୍‌ଙ୍କ ୨୪ ବର୍ଷ ତଳର କୀର୍ତ୍ତିମାନ ଭାଙ୍ଗିଲେ ଗିଲ୍‌: ଜିମ୍ବାୱେ ବିପକ୍ଷ ଶତକ ହାସଲରେ ଦ୍ବିତୀୟ ସର୍ବକନିଷ୍ଠ ଭାରତୀୟ

ତ୍ରିନିଦାଦ୍‌: ଭାରତୀୟ ଯୁବ ଓପ୍‌ନର ଶୁବମନ ଗିଲ୍‌ ବୁଧବାର ରାତିରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ରେ ବର୍ଷା ଯୋଗୁଁ ଶତକ ପୂରଣ କରିପାରିନଥିଲେ। ସେ ୯୮ ରନ୍‌ରେ ଅପରାଜିତ ରହିଥିଲା ବେଳେ ବର୍ଷା ଯୋଗୁଁ ଭାରତ ପାଳିକୁ ସେହିଠାରେ ସୀମିତ ରଖି ଦିଆଯାଇଥିଲା। ଯାହାଫଳରେ ଗିଲ୍‌ ଶତକ ହାସଲରୁ ବଞ୍ଚିତ ରହିଥିଲେ। ଅବଶ୍ୟ ତାଙ୍କ ଚମତ୍କାର ପାଳି ବଳରେ ଭାରତ ୩୬ ଓଭରରେ ୨୨୬/୩ କରିଥିଲା ଏବଂ ‌ୱେଷ୍ଟଇଣ୍ଡିଜ୍‌କୁ ୧୩୭ ରନ୍‌ରେ ସଫା କରି ଭାରତ ୩-୦ରେ ଶୃଙ୍ଖଳା ମୂଳପୋଛ କରିନେଇଥିଲା।publive-image

ତେବେ ଅପରାଜିତ ୯୮ ରନ୍‌ର ପାଳି ଅବସରରେ ଗିଲ୍‌ ଜଣେ ଓପ୍‌ନର ଭାବେ ସଚିନ ତେନ୍ଦୁଲକର, ସୁନିଲ ଗାଭାସ୍କର, ବୀରେନ୍ଦ୍ର ସେହବାଗ୍‌, କୃଷ୍ଣମାଚାରୀ ଶ୍ରୀକାନ୍ତ ଏବଂ ଶିଖର ଧାୱନ୍‌ଙ୍କ ସ୍ବତନ୍ତ୍ର ତାଲିକାରେ ଯୋଡ଼ି ହୋଇଛନ୍ତି। ତାଙ୍କ ପରି ଏହି ସମସ୍ତ ଓପ୍‌ନର ଶତକଠୁ ଅଳ୍ପ ଦୂରରେ ଅପରାଜିତ ରହିଯାଇଥିଲେ। ଅନ୍ୟ ସମସ୍ତଙ୍କ ଭଳି ଗିଲ୍‌ ମଧ୍ୟ ଶତକ ପୂରଣ କରିପାରିନଥିବାରୁ ଅସନ୍ତୁଷ୍ଟ ହୋଇଥିଲେ। ଆଉ ଗୋଟିଏ ଓଭର ଅତି କମ୍‌ରେ ବୋଲିଂ ହୋଇଥିଲେ ନିଶ୍ଚିତ ଶତକ ପୂରଣ କରିଦେଇଥା’ନ୍ତି ବୋଲି କହିଥିଲେ ଗିଲ୍‌। ହେଲେ ବର୍ଷା ମୋର ଏହି ଆଶାରେ ପାଣି ଢାଳିଦେଲା ବୋଲି ଅସନ୍ତୁ‌ଷ୍ଟ ଗିଲ୍‌ କହିଥିଲେ। ବୁଧବାର ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଗିଲ୍‌ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ମ୍ୟାଚ୍‌ରେ ୬୪ ଏବଂ ଦ୍ବିତୀୟ ମ୍ୟାଚ୍‌ରେ ୪୩ ରନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe