ଗିଲ୍‌ ମାସର ଶ୍ରେଷ୍ଠ ଖେଳାଳି

ଭାରତୀୟ ଟେଷ୍ଟ୍‌ ଦଳର ଅଧିନାୟକ ଶୁବମନ ଗିଲ୍‌ ଆଇସିସି ଜୁଲାଇ ମାସର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏଥିସହ ସେ ପ୍ରଥମ ପୁରୁଷ କ୍ରିକେଟର୍‌ ଭାବେ ଚତୁର୍ଥ ଥର ଲାଗି ଏହି ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି।

dgdggcvcvcv

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ୍‌ ଦଳର ଅଧିନାୟକ ଶୁବମନ ଗିଲ୍‌ ଆଇସିସି ଜୁଲାଇ ମାସର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଏଥିସହ ସେ ପ୍ରଥମ ପୁରୁଷ କ୍ରିକେଟର୍‌ ଭାବେ ଚତୁର୍ଥ ଥର ଲାଗି ଏହି ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି। ଜୁଲାଇ ମାସରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ରେ ଗିଲ୍‌ ୯୪.୫୦ ହାରରେ ୫୬୭ ରନ୍‌ କରିଥିଲେ। ଯାହା ତାଙ୍କୁ ଏହି ପୁରସ୍କାର ଲାଗି ଯୋଗ୍ୟ ବିବେଚିତ କରିଥିଲା। ସେ ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ଓ ଦକ୍ଷିଣ ଆଫ୍ରିକାର ୱେନ୍ ମୁଲଡର୍‌ଙ୍କୁ ପଛରେ ପକାଇ ଏହି ପୁରସ୍କାର କରାୟତ୍ତ କରିଥିଲେ।

ପୂର୍ବରୁ ‌ଗିଲ୍‌ ଚଳିତ ବର୍ଷ ଫେବ୍ରୁଆରି ଏବଂ ୨୦୨୩ ଜାନୁଆରି, ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ହେବାର ସୌଭାଗ୍ୟ ପାଇଥିଲେ।‌ କେବଳ ମହିଳାରେ ଆସ୍‌ ଗାର୍ଡନର ଓ ହାଲି ମାଥ୍ୟୁସ ୪ ଥର ଲେଖାଏଁ ଏହି ପୁରସ୍କାର ପାଇଛନ୍ତି। ମହିଳା ବର୍ଗରେ ଇଂଲଣ୍ଡର ସୋଫିଆ ଡଙ୍କ୍‌ଲେ ‌ଜୁଲାଇ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର କରାୟତ୍ତ କରିଛନ୍ତି। ଏହି ମାସରେ ଡ‌ଙ୍କ୍‌ଲେ ୪ ଟ୍ବେଣ୍ଟି-୨୦ ଖେଳି ୩୬ ହାରାହାରି ଓ ୧୩୪.୫୭ ‌ଷ୍ଟ୍ରାଇକ୍‌ରେଟ୍‌ରେ ୧୪୪ ରନ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe