ଅଷ୍ଟ୍ରେଲୀୟ କ୍ରିକେଟର୍ ଗ୍ଲେନ୍ ମାକ୍ସଓ୍ଵେଲ୍ ଏହି ଭାରତୀୟଙ୍କୁ ବିବାହ କରିବେ

Advertisment
ଅଷ୍ଟ୍ରେଲୀୟ କ୍ରିକେଟର୍ ଗ୍ଲେନ୍ ମାକ୍ସଓ୍ଵେଲ୍ ଏହି ଭାରତୀୟଙ୍କୁ ବିବାହ କରିବେ

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ଗ୍ଲେନ୍ ମାକ୍ସଓ୍ଵେଲ୍ ଖୁବ୍ ଶୀଘ୍ର ଭାରତୀୟ ବଂଶୋଦ୍ଭବ ବିନି ରମଣଙ୍କୁ ବିବାହ କରି ପାରନ୍ତି। ମାକ୍ସଓ୍ଵେଲ୍ ଓ ବିନିଙ୍କ ବାହାଘରର ନିମନ୍ତ୍ରଣ କାର୍ଡ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ମାକ୍ସଓ୍ଵେଲ୍ ଓ ବିନି ୨୦୧୭ରୁ ଡେଟିଂ କରିଆସୁଛନ୍ତି । ଦୁଇଜଣଙ୍କ ନିର୍ବନ୍ଧ ୨୦୨୦ରେ ହୋଇଥିଲା। ଖବର ଅନୁସାରେ ଦୁଇଜଣ ୨୭ ମାର୍ଚ୍ଚରେ ମେଲବୋର୍ଣ୍ଣରେ ପାରମ୍ପାରିକ ତାମିଲ ରୀତିନୀତି ଅନୁସାରେ ବିବାହ କରିବେ। ମିଡିଆ ରିପୋର୍ଟ ଅନୁସାରେ ଏଥିରେ ଅଷ୍ଟ୍ରେଲିଆର କ୍ରିକେଟର୍ ଓ ଆନ୍ତର୍ଜାତୀୟ ଅତିଥି ଯୋଗ ଦେବାର ସମ୍ଭାବନା ଅଛି।

ଭାରତୀୟ ବଂଶୋଦ୍ଭବ ବିନି ରମଣ ଅଷ୍ଟ୍ରେଲିଆରେ ରହନ୍ତି। ସେ ପେଶାରେ ଜଣେ ଫାର୍ମାସିଷ୍ଟ। ବିନି ରମଣଙ୍କ ପରିବାର ଚେନ୍ନାଇର। ତେବେ ବିନିଙ୍କ ଜନ୍ମ ଓ ଲାଳନପାଳନ ଅଷ୍ଟ୍ରେଲିଆରେ ହୋଇଛି। ବିନି ରମଣଙ୍କ ପିତା ଭେଙ୍କଟ ରମଣ ଓ ମାତା ବିଜୟଲକ୍ଷ୍ମୀ ରମଣ ତାଙ୍କ ଜନ୍ମ ପୂର୍ବରୁ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ।

publive-image

ବିନି ରମଣଙ୍କ ସମ୍ପର୍କୀୟ ଏକ ଇଂରାଜୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଟ୍ଵିଟ୍ କରିଥିଲେ ଯେଉଁଥିରେ ଲେଖା ହୋଇଥିଲା, ବିନିଙ୍କ ମାତାପିତାଙ୍କ ଦ୍ଵାରା ଦିଆଯାଇଥିବା ତାମିଲ ବ୍ରାହ୍ମଣ ସଂସ୍କୃତିର ନିମନ୍ତ୍ରଣ ପତ୍ର ତାଙ୍କ ତାମିଲ ସଂସ୍କୃତି ପ୍ରତି ସମ୍ମାନ। ସେମାନେ ହିନ୍ଦୁ ରୀତିନୀତି ଅନୁସାରେ ବାହାଘର ଆୟୋଜନ କରିବାକୁ ଯୋଜନା କରୁଛନ୍ତି।
୨୦୨୨ ଆଇପିଏଲ ନିଲାମ ପୂର୍ବରୁ ଗ୍ଲେନ୍ ମାକ୍ସଓ୍ଵେଲଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ୍ ବାଙ୍ଗାଲୋର୍ ୧୧ କୋଟି ଟଙ୍କାରେ ରିଟେନ୍ କରିଥିଲା। ମାକ୍ସଓ୍ଵେଲଙ୍କ ପୂର୍ବରୁ ସନ୍ ଟେଟ୍ ୨୦୧୪ରେ ଭାରତୀୟ ବଂଶୋଦ୍ଭବ ମାସୁମ୍ ସିଙ୍ଘାଙ୍କୁ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe