ଗୋଆ ସେମି ନିକଟତର

Advertisment
ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌, ଆଜି ଚେନ୍ନାୟିନ୍‌-ଏଟିକେ ଫାଇନାଲ୍‌

ଗୋଆ: ଏଫ୍‌ସି ଗୋଆ ଚଳିତ ଆଇଏସ୍‌ଏଲ୍‌ରେ ସେମିଫାଇନାଲ୍‌ର ନିକଟତର ହୋଇଛି। ବୁଧବାର ସ୍ଥାନୀୟ ଜବାହରଲାଲ ନେହୁର ଷ୍ଟାଡିୟମରେ ଖେଳା ଯାଇଥିବା ମହତ୍ୱପୂର୍ଣ୍ଣ ମୁକାବିଲାରେ ଗୋଆ ୫-୧ ଗୋଲ୍‌ରେ ଏଟିକେକୁ ପରାସ୍ତ କରିଛି। ଗୋଆ ପକ୍ଷରୁ ମାନୁଏଲ୍‌ ଲାଞ୍ଜାରୋଟ୍‌ (୧୫, ୨୧ ମିନିଟ୍‌) ଦୁଇଟି ଏବଂ ସର୍ଜିଓ ଜଷ୍ଟି (୧୦ ମିନିଟ୍‌), ଫେରାନ୍‌ କୋରୋମିନାସ୍‌ (୬୪ ମିନିଟ୍‌) ଓ ମାର୍କ ସିପ୍‌ନିୟସ୍‌ (୯୦ ମିନିଟ୍‌) ଗୋଟିଏ ଲେଖାଏଁ ଏବଂ ଏଟିକେ ପକ୍ଷରୁ ରବି କିନେ (୮୭ ମିନିଟ୍‌) ଏକମାତ୍ର ଗୋଲ୍‌ ଦେଇଥିଲେ। ଏହି ବିଜୟ ସହ ଗୋଆ ୧୭ ମ୍ୟାଚ୍‌ରୁ ୨୭ ପଏଣ୍ଟ୍‌ ସହ ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଅନ୍ୟପକ୍ଷରେ କେରଳ (୧୭ ମ୍ୟାଚ୍‌ ୨୫ ପଏଣ୍ଟ୍‌)ର ସେମିଫାଇନାଲ୍‌ ଆଶା ତୁଟି ଯାଇଛି। ଗୋଆ ଯଦି ୪ ତାରିଖରେ ଖେଳାଯିବାକୁ ଥିବା ଜାମ୍‌ସେଦପୁର (୧୭ ମ୍ୟାଚ୍‌ ୨୬ ପଏଣ୍ଟ୍‌) ବିପକ୍ଷ ମ୍ୟାଚ୍‌ ଜିତେ କିମ୍ବା ଅମୀମାଂସିତ ରଖେ ତେବେ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିନେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe