ଆଇଏସ୍‌ଏଲ ବ୍ଲାଷ୍ଟର୍ସକୁ ହରାଇ ଗୋଆ ଶୀର୍ଷରେ

Advertisment
ଆଇଏସ୍‌ଏଲ ବ୍ଲାଷ୍ଟର୍ସକୁ ହରାଇ ଗୋଆ ଶୀର୍ଷରେ

ଫାତୋର୍ଦା: ଚଳିତ ଆଇଏସ୍‌ଏଲରେ ଶନିବାର କେରଳା ବ୍ଳାଷ୍ଟର୍ସକୁ ୩-୨ ଗୋଲ୍‌ରେ ପରାସ୍ତ କରି ଗୋଆ ଏଫ୍‌ସି ପୁଣି ପଏଣ୍ଟ ଟେବୁଲ୍ ଶୀର୍ଷକୁ ଉନ୍ନୀତ ହୋଇଛି। ଜବାହରଲାଲ୍ ନେହେରୁ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମୁକାବିଲାରେ ଗୋଆ ପାଇଁ ହ୍ୟୁଗୋ ବୌମସ ଦୁଇଟି (୨୬ ଓ ୮୩ତମ ମିନିଟ୍‌) ଏବଂ ଜ୍ୟାକିଚାନ୍ଦ ସିଂହ (୪୫ ମିନିଟ୍‌) ଗୋଲ୍ ଦେଇଥିଲେ। କେରଳା ବ୍ଲାଷ୍ଟର୍ସ ପାଇଁ ରାଫେଲ୍ ମେସି‌ ବୌଲି (୫୩ ମିନିଟ୍‌), ବର୍ଥୋମୋଲିୟୁ ଓଗବେଚେ (୬୯ ମିନିଟ୍‌) ଦେଇଥିଲେ। ବୌମସ୍‌ଙ୍କ ଦ୍ବିତୀୟ ଗୋଲ୍‌ ଗୋଆକୁ ବିଜୟୀ କରାଇଥିଲା। ଚଳିତ ଋତୁରେ ଏହା ଗୋଆର ଅଷ୍ଟମ ବିଜୟ। ଗୋଆ (୨୭) ଏବଂ ବେଙ୍ଗାଲୁର (୨୫) ୧୪ ମ୍ୟାଚ୍‌ ଶେଷରେ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଏଟିକେ (୨୪) ଏବଂ ଓଡ଼ିଶା (୨୧) ପରବର୍ତୀ ୨ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe