ଏସୀୟ ସୁନ୍ଦରସ୍ବାସ୍ଥ୍ୟରେ ଓଡ଼ିଶାକୁ ସ୍ବର୍ଣ୍ଣ ଓ କାଂସ୍ୟ

Advertisment
ଏସୀୟ ସୁନ୍ଦରସ୍ବାସ୍ଥ୍ୟରେ ଓଡ଼ିଶାକୁ ସ୍ବର୍ଣ୍ଣ ଓ କାଂସ୍ୟ

ଭୁବନେଶ୍ବର: ନେପାଳର କାଠମଣ୍ଡୁଠାରେ ଗୁରୁବାର ଶେଷ ହୋଇଥିବା ୫୫ତମ ବରିଷ୍ଠ ଏସୀୟ ସୁନ୍ଦରସ୍ବାସ୍ଥ୍ୟ ଓ ଫିଜିକ୍ ସ୍ପୋର୍ଟସ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଜିତିଛନ୍ତି। ୭୦ କିଲୋଗ୍ରାମ ଓଜନ ବର୍ଗରେ ଅମିତ କୁମାର ଭୂୟାଁ ପ୍ରଥମ ସ୍ଥାନ ଦଖଲ କରି ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ୭୫ କିଲୋଗ୍ରାମ ଓଜନ ବର୍ଗରେ ଜଗନ୍ନାଥ ଖୁଣ୍ଟିଆ ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଥିଲେ। ବଲାଲ୍ ଖାନ୍‌ ପଞ୍ଚମରେ ରହିଥିଲେ। ଓଡ଼ିଶା ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ ଦଳ ସହ କାଠମଣ୍ଡୁ ଗସ୍ତ କରିଥିଲେ। ଉଭୟ ‌ଖେଳାଳି ଶୁକ୍ରବାର ଓଡ଼ିଶା ଫେରିଥିବାବେଳେ ଭୁବନେଶ୍ବର ବିମାନବନ୍ଦରରେ ସଂଘର ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, କାର୍ଯ୍ୟକାରୀ ଉପ ସଭାପତି ତଥା ଅନ୍ତର୍ଜାତୀୟ ବିଚାରକ ବାବୁଲି ସ୍ବାଇଁ, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, ଉପଦେଷ୍ଠା ମାନସ ରଂଜନ ମହାପାତ୍ର ପ୍ରମୁଖ ସ୍ବାଗତ ସମ୍ବର୍ଧନା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe