ଗୋଲ୍ଡ କପ୍‌ ମହିଳା ଫୁଟବଲ୍, ନେପାଳ ଲଢ଼େଇ ପାଇଁ ଭାରତ ପ୍ରସ୍ତୁତ

Advertisment
ଗୋଲ୍ଡ କପ୍‌ ମହିଳା ଫୁଟବଲ୍, ନେପାଳ ଲଢ଼େଇ ପାଇଁ ଭାରତ ପ୍ରସ୍ତୁତ

ଗୋଲ୍ଡ କପ୍‌ ମହିଳା ଫୁଟବଲ୍, ନେପାଳ ଲଢ଼େଇ ପାଇଁ ଭାରତ ପ୍ରସ୍ତୁତ
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚର୍ତୁରାଷ୍ଟ୍ରୀୟ ଗୋଲ୍ଡ କପ୍ ମହିଳା ଫୁଟ୍‌ବଲ୍ ପ୍ରତିଯୋଗିତାରେ ସୋମବାର ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମୁକାବିଲା‌ରେ ଫେବରିଟ୍ ମିଆଁମାର ପ୍ରଥମ ବିଜୟ ଲକ୍ଷ୍ୟରେ ଥିବା ଇରାନକୁ ଭେଟିବ। ଅନ୍ୟପକ୍ଷରେ ଦ୍ବିତୀୟ ମ୍ୟାଚ୍‌ରେ ଆୟୋଜକ ଭାରତ ପଡ଼ୋଶୀ ନେପାଳର ମୁକାବିଲା କରିବ। ପ୍ରଥମ ମ୍ୟାଚ୍‌ରେ ଉଚ୍ଚ ମାନ୍ୟତାପ୍ରାପ୍ତ ଇରାନକୁ ହରାଇଥିବା ଭାରତ (୬୨) ନିଜଠାରୁ ୪୨ ମାନ୍ୟତା ତଳେ ଥିବା ନେପାଳ (୧୦୪)କୁ ହରାଇ ଦ୍ବିତୀୟ ବିଜୟ ସହ ଫାଇନାଲର ନିକଟତର ହେବା ଆଶାରେ ରହିବ। ସେପଟେ ମିଆଁମାର ନିଜ ପ୍ରଥମ ମ୍ୟାଚ୍‌ରେ ନେପାଳକୁ ସହଜରେ ହରାଇଥିବାରୁ ଇରାନ୍‌ ବିପକ୍ଷରେ ମଧ୍ୟ ଏହି ସଫଳତା ଦୋହରାଇବା ଆଶାରେ ରହିବ। ନେପାଳ ବିଶ୍ବ ମାନ୍ୟତାର ୧୦୪ତମ ସ୍ଥାନରେ ଥିଲେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ। ସେମାନଙ୍କୁ ଆମେ ହାଲକାରେ ନେବୁ ନାହିଁ ବୋଲି କହିଛନ୍ତି ଭାରତୀୟ ଦଳର ପ୍ରଶିକ୍ଷକ ମେମୋଲ ରକି। ରକ୍ଷଣଭାଗ ଖେଳାଳି ସ୍ବିଟ୍ଟୀ ଦେବୀ ଭାରତ ବିଜୟ ଧାରା ଅତୁଟ ରହିବ ବୋଲି ଆଶା ପ୍ରକାଶ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଦେଇଥିବା ସମର୍ଥନ ପାଇଁ ଉଭୟ ସ୍ଥାନୀୟ ଦର୍ଶକକୁ ଧନ୍ୟବାଦ ଦେଇଛନ୍ତି।

କଳିଙ୍ଗ ସୁବିଧା ସୁଯୋଗରେ ପ୍ରଶିକ୍ଷକ ଗଦ୍‌ଗଦ୍
କଳିଙ୍ଗ ଷ୍ଟାଡିୟମ ଏବେ ଭାରତୀୟ ଫୁଟ୍‌ବଲ୍‌ର ଅନ୍ୟତମ ପେଣ୍ଠସ୍ଥଳୀ ପାଲଟିଛି। ଆଇଲିଗ୍ ଦଳ ଇଣ୍ଡିଆନ୍ ଆରୋଜ୍ ଏହାକୁ ଘରୋଇ ପଡ଼ିଆ କରିଛି। ସେହିଭଳି ଶନିବାରଠାରୁ ଏଠାରେ ଅନ୍ତର୍ଜାତୀୟ ଗୋଲ୍ଡ କପ୍ ମହିଳା ଫୁଟବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଥିବା ସୁବିଧା ସୁଯୋଗ ସହ ଖେଳାଳିଙ୍କୁ ଓଡ଼ିଶା ସରକାର ପ୍ରଦାନ କରୁଥିବା ଆତିଥେୟତାକୁ ଉଭୟ ଇଣ୍ଡିଆନ୍ ଆରୋଜ୍ ଏବଂ ଭାରତୀୟ ମହିଳା ଦଳର ପ୍ରଶିକ୍ଷକ ଫ୍ଲଏଡ୍ ପିଣ୍ଟୋ ଓ ମେମୋଲ ରକି ପ୍ରଶଂସା କରିଛନ୍ତି। ପିଣ୍ଟୋ କହିଛନ୍ତି, ନିଜ ଦକ୍ଷତାର ପୂର୍ଣ୍ଣ ପରିପ୍ରକାଶ କରିବା ଲାଗି କଳିଙ୍ଗ ଷ୍ଟାଡିୟମ ଆଦର୍ଶ ସ୍ଥାନ। ଭାରତୀୟ ଫୁଟ୍‌ବଲ୍‌ର ବିକାଶ ଲାଗି ଓଡ଼ିଶା ସରକାର ଦେଖାଉଥିବା ଆଗ୍ରହ ସ୍ବାଗତଯୋଗ୍ୟ। ସେମାନଙ୍କୁ ଧନ୍ୟବାଦ ଦେବା ଲାଗି ମୋ ପାଖରେ ଶବ୍ଦ ନାହିଁ। ଆମର ସମସ୍ତ ମୌଳିକ ଆବଶ୍ୟକତା‌କୁ ଏଠାରେ ପୂରଣ କରାଯାଇଛି। ସେହିଭଳି ମୋମୋଲ କହିଛନ୍ତି ଆମକୁ ମିଳୁଥିବା ସୁବିଧା ସୁଯୋଗ ଉଚ୍ଚମାନର। ସବୁଠାରୁ ବଡ଼ କଥା ହେଲା ଏଠାରେ ଆମକୁ ଭଲ ବ୍ୟବହାର ମିଳୁଛି। ପଡ଼ିଆ ଭିତର ଏବଂ ବାହା‌ରର ସବୁ ଆବଶ୍ୟକତାକୁ ଓଡ଼ିଶା ସରକାର ପୂରଣ କରୁଛନ୍ତି। ଗୋଲ୍ଡ କପ୍ ଆମ ପାଇଁ ଏକ ବଳିଷ୍ଠ ମଞ୍ଚ। ଓଡ଼ିଶା ଏହି କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe