ଭାରତୀୟ ହକି ପାଇଁ ଭଲ ଦିନ: ଯୁବା ଏସିଆ କପ୍‌ରେ ବଡ଼ ବିଜୟ

Advertisment

ଅନୁଙ୍କ ୬ ଗୋଲ୍‌: ଉଜବେକିସ୍ତାନକୁ ୨୨-୦ରେ ହରାଇଲା

ଅନୁଙ୍କ ୬ ଗୋଲ୍‌: ଉଜବେକିସ୍ତାନକୁ ୨୨-୦ରେ ହରାଇଲା

ଭାରତୀୟ ହକି ପାଇଁ ଭଲ ଦିନ: ଯୁବା ଏସିଆ କପ୍‌ରେ ବଡ଼ ବିଜୟ

କାକାମିଗାହାରା (ଜାପାନ): ଭାରତୀୟ କନିଷ୍ଠ ମହିଳା ଦଳ ଏସିଆ କପ୍‌ରେ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ଜାପାନର କାକାମି‌ଗାହାରାରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ନିଜର ପ୍ରଥମ ମ୍ୟାଚ୍‌ରେ ଭାରତ ୨୨-୦ ଗୋଲ୍‌ରେ ଉଜବେକିସ୍ତାନକୁ ମାତ୍‌ ଦେଇଛି। ଭାରତ ପକ୍ଷରୁ ଅନୁ ଏକା ୬ଟି ଗୋଲ୍‌(୧୩, ୨୯, ୩୦, ୩୮, ୪୩, ୫୧ ମିନିଟ୍‌) ଦେଇଥିବାବେଳେ ମମତାଜ ଖାନ (୬, ୪୪, ୪୭, ୬୦ ମିନିଟ୍‌) ଓ ଦୀପିକା (୩୨, ୪୪, ୪୬, ୫୭ ମିନିଟ୍‌) ୪ଟି ଲେଖାଏଁ ସ୍କୋର୍‌ କରିଥିଲେ। ବୈଷ୍ଣୋବୀ ଭିଥାଲ ଫାଲ୍‌କେ (୩, ୫୬ ମିନିଟ୍‌), ଓଡ଼ିଆ ଝିଅ ସୁନେଲିତା ଟପ୍ପୋ (୧୭, ୧୭ ମିନିଟ୍‌) ଓ ଦୀପିକା ସୋରେଙ୍ଗ (୧୮, ୨୫ ମିନିଟ୍‌) ଦୁଇଟି ଲେଖାଏଁ ଏବଂ ମଞ୍ଜୁ ଚୌରାସିଆ (୨୬ ମିନିଟ୍‌) ଓ ନୀଲମ (୪୭ ମିନିଟ୍‌) ଗୋଟିଏ ଲେଖ‌ାଏଁ ଗୋଲ୍‌ ଦେଇଥିଲେ।

ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ବୈଷ୍ଣବୀ ଭିଥାଲ ଫାଲ୍‌କେଙ୍କ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାପରେ ମମ୍‌ତାଜ ଖାନ (୬ ମିନିଟ୍‌), ଅନୁ (୧୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଦଳକୁ ପ୍ରଥମ କ୍ବାର୍ଟରରେ ୩-୦ରେ ଆଗୁଆ ରଖିଥିଲେ। ପ୍ରଥମ କ୍ବାର୍ଟରଠୁ ଦ୍ବିତୀୟ କ୍ବାର୍ଟରରେ ଭାରତ ଅକ୍ରମଣକୁ ଆହୁରି ଜୋର କରି ୭ଟି ଗୋଲ୍‌ ଲଦି ଦେଇଥିଲା। ଫଳରେ ପ୍ରଥମାର୍ଦ୍ଧରେ ଭାରତ ୧୦-୦ରେ ଅଗ୍ରଣୀ ନେଇଯାଇଥିଲା। ତୃତୀୟ କ୍ବାର୍ଟରରେ ୫ ଏବଂ ଶେଷ କ୍ବାର୍ଟରରେ ୭ଟି ଗୋଲ୍‌ ଦେଇ ଭାରତ ବଡ଼ ବିଜୟ ହାସଲ କରିଥିଲା। ମ୍ୟାଚ୍‌ ସାରା ଉଜବେକିସ୍ତାନକୁ ଭାରତ କୌଣସି ‌ସୁଯୋଗ ଦେଇନଥିଲା। ୬ ଗୋଲ୍‌ ଦେଇଥିବା ଅନୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍‌ ସୋମବାର ମାଲେସିଆକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe