ଡୁଡଲ୍‌ ସହ ଆରତୀଙ୍କୁ ଗୁଗଲ୍‌ ସମ୍ମାନ

Advertisment
ଡୁଡଲ୍‌ ସହ ଆରତୀଙ୍କୁ ଗୁଗଲ୍‌ ସମ୍ମାନ

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ମହିଳା ଭାବେ ଇଂଲିସ୍ ଚାନେଲ୍ ଅତିକ୍ରମ କରିଥିବା ଆରତୀ ସାହାଙ୍କୁ ଗୁରୁବାର ଗୁଗଲ୍‌ ପକ୍ଷରୁ ଡୁଡଲ୍‌ ସହ ସମ୍ମାନିତ କରାଯାଇଛି। ପଦ୍ମଶ୍ରୀ ଆରତୀଙ୍କ ୮୦ତମ ଜନ୍ମଦିନ ପାଳନ ଅବସରରେ ଗୁଗଲ୍‌ ଏହାର ହୋମପେଜ୍‌ ପ୍ରତୀକକୁ ତାଙ୍କ ପ୍ରତି ଉତ୍ସର୍ଗ କରିଥିଲା। ୧୯୫୯ ମସିହାରେ ଏସିଆର ପ୍ରଥମ ମହିଳା ଭ‌ାବେ ଆରତୀ ୬୭.୫ କିଲୋମିଟର୍‌ ବିଶିଷ୍ଟ ଦୁଃସାହସିକ ଇଂଲିସ୍ ଚାନେଲକୁ ୧୬ ଘଣ୍ଟା ୨୦ ମିନିଟରେ ‌ଶେଷ କରି ସେଠାରେ ଭାରତୀୟ ତ୍ରିରଙ୍ଗା ଉଡ଼ାଇଥିଲେ। ପୁରସ୍କାର ମଧ୍ୟ ମିଳିଥିଲା। ମାତ୍ର ୪ ବର୍ଷ ବୟସରେ ସନ୍ତରଣ ଦୁନିଆକୁ ଆସିଥିବା ଆରତୀ ୧୯୫୨ ହେଲସିଙ୍କୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୧୯୯୯ ମସିହାରେ ଭାରତୀୟ ଡାକ ବିଭାଗ ଏହାର ୩ ଟଙ୍କିଆ ପୋଷ୍ଟେଜ୍ ଷ୍ଟାମ୍ପରେ ଆରତୀଙ୍କ ଫଟୋକୁ ସ୍ଥାନିତ କରିଥିଲା।

କୋଲକାତା ବେଙ୍ଗଲୀ ଝିଅ ୧୧ ବର୍ଷ ବେଳକୁ ବିସ୍ମୟ ବାଳିକାର ଆଖ୍ୟା ହାସଲ କରି ନେଇଥିଲେ। ୧୯୪୯ ମସିହାରେ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଆରତୀଙ୍କର ମାତ୍ର ୫୪ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe