କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ସମଗ୍ର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: କ୍ରୀଡ଼ାମନ୍ତ୍ରୀ

ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ସମଗ୍ର ବିକାଶ ତଥା ତୃଣମୂଳ ସ୍ତରରେ କ୍ରୀଡ଼ାବିତ୍‌ମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ବଳିଷ୍ଠ ମଞ୍ଚ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ସିଏମ୍‌ ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତା।

jgjgjgjgj

ଭୁବନେଶ୍ୱର: ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ସମଗ୍ର ବିକାଶ ତଥା ତୃଣମୂଳ ସ୍ତରରେ କ୍ରୀଡ଼ାବିତ୍‌ମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ବଳିଷ୍ଠ ମଞ୍ଚ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ସିଏମ୍‌ ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତା। କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଫୁଟ୍‌ବଲ୍‌ ଆସୋସିଏସନ୍‌ ଅଫ୍ ଓଡ଼ିଶା (ଫାଓ)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ୧୫ବର୍ଷରୁ କମ୍ ଖେଳାଳିଙ୍କୁ ସୁଯୋଗ ମିଳୁଛି। ପ୍ରଥମ ଚରଣରେ ରାଜ୍ୟର ୧୬ଟି ସ୍ଥାନ ଯଥା ଅନୁଗୁଳ, ବଲାଙ୍ଗୀର, ଭଦ୍ରକ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ଓ ରାଉରକେଲାରେ ଚାଲିଛି।

ଏହି ସିଏମ୍‌ ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତାର ପରିକଳ୍ପନା ଓ ଆୟୋଜନ ସମ୍ବନ୍ଧରେ ମତାମତ ରଖି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କର ସମଗ୍ର ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏହାକୁ ସୁନିଶ୍ଚିତ କରିବା ପାଇଁ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ହେଉଛି ଆମ ସରକାରଙ୍କ ଲକ୍ଷ୍ୟ। ସିଏମ୍‌ ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତା ମାଧ୍ୟମରେ ତୃଣମୂଳ ସ୍ତରରେ କ୍ରୀଡ଼ାବିତ୍‌ମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରାଯାଉଛି। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ କ୍ରୀଡ଼ାବିତ୍‌ମାନେ ନିଶ୍ଚିତରୂପେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ଦେଇ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ଆଣିବେ। 

ସୂଚନାଯୋଗ୍ୟ ଯେ, ସିଏମ୍‌ ଟ୍ରଫି ସଂପ୍ରତି କ୍ଲବ୍‌ସ୍ତରରେ ଆୟୋଜିତ ହେଉଛି। ଏହାପରେ ଜିଲ୍ଲାସ୍ତରରୁ ବଛାହୋଇଥିବା ୩୧ଟି ଦଳକୁ (୩୦ ଜିଲ୍ଲାରୁ ୩୦ ଦଳ ଏବଂ ଭୁବନେଶ୍ୱରରୁ ଗୋଟିଏ ଦଳ) ୪ଟି କ୍ଲଷ୍ଟର (ସମ୍ବଲପୁର, ଭୁବନେଶ୍ୱର, ଜୟପୁର ଓ  କେନ୍ଦୁଝର)ରେ ବିଭକ୍ତ କରାଯାଇ ପ୍ରତିଯୋଗିତାର ଦ୍ବିତୀୟ ଚରଣ ଆୟୋଜିତ ହେବ। ଏହି ପ୍ରତିଯୋଗିତାର ସେମିଫାଇନାଲ୍‌ ଜୟପୁର ଓ ରାଉରକେଲା ଏବଂ ଫାଇନାଲ୍‌ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ।
ନୀତା ଏଫ୍‌ଏ ବିଜେତା ବଲଙ୍ଗୀର ଓ ପୁରୀ ଜିଲ୍ଲାରେ ଆୟୋଜିତ ସିଏମ୍‌ ଟ୍ରଫିର ପ୍ରଥମ ପର୍ଯ୍ୟାୟ ଫାଇନାଲ୍‌ ବୁଧବାର ‌ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀରରେ ଟିଟିଲାଗଡ଼ ଏଫ୍‌ସି ଏବଂ ପୁରୀରେ ନୀତା ଏଫ୍‌ଏ ବିଜେତା ଟ୍ରଫି କରାୟତ୍ତ କରିଛନ୍ତି। ଫାଇନାଲ୍‌ରେ ଟିଟିଲାଗଡ଼ ୪-୨ ଗୋଲ୍‌ରେ ଜରାସିଙ୍ଘା ଏଫ୍‌ସିକୁ ଏବଂ ନୀତା ଏଫ୍‌ଏ ୫-୦ ଗୋଲ୍‌ରେ ଶ୍ରୀ ନୀଳଚକ୍ର ସ୍ପୋର୍ଟ୍ସ କ୍ଲବ୍‌କୁ ପରାସ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe