ୱିମ୍ବିଲଡନ୍ (ଲଣ୍ଡନ) : ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଚଳିତ ଋତୁର ତୃତୀୟ ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ପ୍ରତିଯୋଗିତା ୱିମ୍ବିଲଡନ୍ ପାଇଁ ଡ୍ର’ ଉଠାଣ ହୋଇଛି। ଏଥିରେ ଗତ ତିନି ବର୍ଷର ବିଜେତା ତଥା ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ପୁରୁଷ ଏକକରେ ଏବଂ ବିଶ୍ବ ମାନ୍ୟତାର ଏକ ନମ୍ବର ପୋଲାଣ୍ଡର ଇଗା ସ୍ବିତେକ ମହିଳା ଏକକ ବର୍ଗରେ ଶୀର୍ଷ ମାନ୍ୟତା ଲାଭ କରିଛନ୍ତି। ପୁରୁଷ ଏକକରେ ବିଶ୍ବ ମାନ୍ୟତାର ଏକ ନମ୍ବର ରୁଷିଆର ଡାନିଲ ମେଦ୍ଭେଦେଭ୍ଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣରୁ ବାସନ୍ଦ କରାଯାଇଥିଲା ବେଳେ ଜର୍ମାନି ତାରକା ଆଲେକ୍ଜାଣ୍ଡର ଭେରେଭ୍ ଆହତ ଯୋଗୁଁ ଓହରିଯାଇଥିବାରୁ ଜୋକୋଭିକ୍ଙ୍କୁ ଶୀର୍ଷ ମାନ୍ୟତା ମିଳିଯାଇଛି। ତେବେ ଅଷ୍ଟ୍ରେଲିଆନ୍ ଏବଂ ଫ୍ରେଞ୍ଚ୍ ଓପନ୍ ଜିତି କ୍ୟାଲେଣ୍ଡର ଇୟର ସ୍ଲାମ୍ ଅର୍ଜନର ସମ୍ଭାବନା ରଖିଥିବା ସ୍ପେନ୍ ତାରକା ରାଫେଲ ନାଦାଲଙ୍କୁ ଦ୍ବିତୀୟ ମାନ୍ୟତା ମିଳିଛି। ସେହିପରି ମହିଳା ଏକକରେ ସ୍ବିତେକଙ୍କ ପଛକୁ ଇସ୍ତୋନିଆର ଆନେଟ୍ କୋଣ୍ଟାଭେଟ୍ ଦ୍ବିତୀୟ ମାନ୍ୟତା ପାଇଛନ୍ତି।
ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ପ୍ରତିଯୋଗିତା: ଜୋକୋଭିକ୍ ଓ ସ୍ବିତେକଙ୍କୁ ଶୀର୍ଷ ମାନ୍ୟତା
Advertisment
Follow Us