ଭାରତ ବିପକ୍ଷ ଶୃଙ୍ଖଳା ଲାଗି ଅଷ୍ଟ୍ରେଲିଆ ଦଳରେ ଗ୍ରିନ୍‌

Advertisment
ଭାରତ ବିପକ୍ଷ ଶୃଙ୍ଖଳା ଲାଗି ଅଷ୍ଟ୍ରେଲିଆ ଦଳରେ ଗ୍ରିନ୍‌

DNA India

ମେଲବର୍ନ: ଆସନ୍ତା ମାସରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଲାଗି ଅଷ୍ଟ୍ରେଲିଆ ଦଳ ଗୁରୁବାର ଘୋଷିତ ହୋଇଛି। ପ୍ରଥମ ଥର ପାଇଁ ଯୁବ ଅଲରାଉଣ୍ଡର କାମେରନ୍‌ ଗ୍ରିନ୍‌ଙ୍କୁ ଜାତୀୟ ଦଳକୁ ଡାକରା ମିଳିଥିବା ବେଳେ ‌ମୋଜେସ୍‌ ହେନରିକ୍ସ ୩ ବର୍ଷ ପରେ ପ୍ରତ୍ୟାବର୍ତନ କରିଛନ୍ତି। ବହୁ ପ୍ରତୀକ୍ଷିତ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ନଭେମ୍ବର ୨୭, ୨୯ ଓ ଡିସେମ୍ବର ୨ରେ ୩ଟି ଦିନିକିଆ ଏବଂ ଡିସେମ୍ବର ୪, ୬, ୮ରେ ଟି-୨୦ ତିନିଟି ଖେଳାଯିବ। ଏହାପରେ ଡିସେମ୍ବର ୧୭ରୁ ୪ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ। ଘରୋଇ ଶୃଙ୍ଖଳା ଦୃଷ୍ଟିରୁ ଅଷ୍ଟ୍ରେଲିଆ ଏହାର ଟେଷ୍ଟ୍‌ ଦଳକୁ କିନ୍ତୁ ଘୋଷଣା କରିନାହିଁ।

ପଶ୍ଚିମ ଅଷ୍ଟ୍ରେଲିଆ ପାଇଁ ଘରୋଇ କ୍ରିକେଟ୍‌ ଖେଳୁଥିବା ଗ୍ରିନ୍ ଗତ ଗ୍ରୀଷ୍ଣ ଋତୁରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସିଡନି ସିକ୍ସର୍ସର ନେତୃତ୍ବ ନେଇ ବିବିଏଲ୍‌ ଟ୍ରଫି ବିଜେତା ହୋଇଥିଲେ। ତାଙ୍କ ଦକ୍ଷତା ଦୃଷ୍ଟିରୁ ଏବେଠାରୁ ଜାତୀୟ ଦଳରେ ରଖି ଅଭିଜ୍ଞତା ବଢ଼ାଇବା ଯୋଜନା କରିଛି ଅଷ୍ଟ୍ରେଲିଆ। ନିକଟରେ ପୂର୍ବତନ ଅଧିନାୟକ ଗ୍ରେଗ୍ ଚାପେଲ ମଧ୍ୟ ଗ୍ରିନ୍‌ଙ୍କୁ ଜଣେ ‘ଗମ୍ଭୀର ପ୍ରତିଭା’ ଭାବେ ବିବେଚନା କରିଥିଲେ। ଏପରିକି ରିକି ପଣ୍ଟିଂଙ୍କ ପରେ ଶ୍ରେଷ୍ଠ‌ ହେବାର ସମ୍ଭାବନା ରଖିଛନ୍ତି ବୋଲି ପ୍ରକାଶ କରିଥିଲେ। ୨୦୧୭ରେ ପଦାର୍ପଣରେ ୫ ୱିକେଟ୍‌ ସଫଳତା ନେଇଥିବା ଗ୍ରିନ୍‌ ଗତ ସପ୍ତାହରେ ନ୍ୟୁ ସାଉଥ୍ ୱେଲ୍ସ ବିପକ୍ଷରେ ୧୯୭ ରନ୍‌ର ବଡ଼ ପାଳି‌ ଖେଳି ଚୟନକର୍ତାଙ୍କୁ ପ୍ରଭାବିତ କରିଥିଲେ। ଅନ୍ୟପକ୍ଷରେ ଚଳିତ ଆଇପିଏଲ୍‌ ଅବସରରେ ଆଘାତପ୍ରାପ୍ତ ମିଚେଲ୍ ମାର୍ସଙ୍କ ନାମକୁ କ୍ରିକେଟ୍ ଅଷ୍ଟ୍ରେଲିଆ ବିଚାରକୁ ନେଇନଥିଲେ ମଧ୍ୟ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆା ‘ଏ’ ଦଳରେ ସ୍ଥାନ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe