ଭୁବନେଶ୍ୱର,: ଗୋଟିଏ ମିନିଟ୍ରେ ଏବଂ ଗୋଟିଏ ହାତରେ ସର୍ବାଧିକ ସଂଖ୍ୟକ ମୁଥ ମାରିବାର କୀର୍ତ୍ତିମାନ କରିଥିବା ଓଡ଼ିଆ ପୁଅ ସତ୍ୟପୀର ପଧାନଙ୍କୁ ଗିନିଜ୍ ବୁକ୍ ଅଫ୍ ଓ୍ଵାଲ୍ଡ ରେକର୍ଡସ ସ୍ୱୀକୃତି ମିଳି ଯାଇଛି। ସେ ପଠାଇଥିବା ଭିଡିଓକୁ ତର୍ଜମା କରି ଗିନିଜ୍ ବୁକ୍ ଅଫ୍ ଓ୍ଵାଲ୍ଡ ରେକର୍ଡସ କର୍ତୁପକ୍ଷ ମଙ୍ଗଳବାର ଏହାକୁ ଆନୁଷ୍ଟାନିକ ସ୍ୱୀକୃତି ପ୍ରଦାନ କରିଛନ୍ତି। ସଂସ୍ଥାର େଓ୍ଵବସାଇଟ୍ରେ ମଧ୍ୟ ସତ୍ୟପୀରଙ୍କ ନାଁ ସ୍ଥାନ ପାଇଛି। ଏଥିସହ ସତ୍ୟପୀର କଳାହାଣ୍ଡି ଜିଲ୍ଲାର ପ୍ରଥମ ଏବଂ ଏକମାତ୍ର ଗିନିଜ୍ ବୁକ୍ ଅଫ୍ ଓ୍ଵାଲ୍ଡ ରେକର୍ଡସଧାରୀ ହୋଇଥିଲା ବେଳେ ଏଭଳି କରିବାରେ ଓଡ଼ିଶା ସାମରିକ କଳା ଜଗତର ପ୍ରଥମ ତାରକା ହୋଇଛନ୍ତି। ସୂଚନାଯୋଗ୍ୟ ଯେ ହାଇଟେକ୍ ମେଡିକାଲ୍ କଲେଜରେ ଫିଜିଓ ଥେରାପି ପାଠ୍ୟକ୍ରମ କରୁଥିବା ସତ୍ୟପୀର ଗତବର୍ଷ ଜୁନ୍ ମାସ ୨୦ ତାରିଖରେ ଏଭଳି ଏକ କୀର୍ତ୍ତିମାନ ଲାଗି ପ୍ରୟାସ କରିଥିଲେ। ୩୯୩ ମୁଥ ମାରି ନୂଆ ବିଶ୍ୱ କୀର୍ତ୍ତିିମାନ ସ୍ଥାପନ କରିଥିଲେ। ଏହା କରି ସେ ପାକିସ୍ତାନର ମହମ୍ମଦ ରସିଦଙ୍କ କୀର୍ତ୍ତିମାନକୁ ଭାଙ୍ଗିଥିଲେ। ଏହା ପରଠାରୁ ୪-୫ଟି ସଂସ୍ଥା ତାଙ୍କ ପ୍ରୟାସକୁ ସ୍ୱୀକୃତି ଦେଇଥିଲେ। ହେଲେ ବିଶ୍ୱର ସବୁଠାରୁ ସମ୍ମାନଜନକ ବିଶ୍ୱ କୀର୍ତ୍ତିମାନ ଲିପିବଦ୍ଧକାରୀ ସଂସ୍ଥା ଗିନିଜ୍ ବୁକ୍ ଅଫ୍ ଓ୍ଵାଲ୍ଡ ରେକର୍ଡସ ସ୍ୱୀକୃତି ସତ୍ୟପୀରଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର ଏବଂ ବଡ଼ ସଫଳତା ହୋଇଛି। ସେ ଦାବି କରିଥିବା ୩୯୩ ମୁଥକୁ ଗିନିଜ୍ ବୁକ୍ସ ଅଫ୍ ଓ୍ଵାଲ୍ଡ ରେକର୍ଡସ ସ୍ୱୀକୃତି ଦେବା ସତ୍ୟପୀରଙ୍କୁ ଅଧିକ ଆନନ୍ଦିତ କରିଛି। ସମର୍ଥନ ଏବଂ ସହଯୋଗ ପାଇଁ ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us