ରଗ୍‌ବି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

ରଗ୍‌ବି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ବର: ଏସୀୟ ୧୮ ବର୍ଷରୁ କମ୍‌ ରଗ୍‌ବି ସେଭେନ୍ସ ‌ରୌପ୍ୟ ବିଜେତା ଭାରତୀୟ ବାଳିକା ଦଳକୁ ବୁଧବାର ଓଡ଼ିଶା ସରକାର ଓ ଅନ୍ୟ ସହ‌ଯୋଗୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଉଜବେକିସ୍ତାନର ତାସକେଣ୍ଟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ ସହ ୫ ଦେଶ କାଜାଖସ୍ତାନ, କିର୍ଗିଜସ୍ତାନ, ୟୁଏଇ ଓ ଆୟୋଜକ ଉଜବେକିସ୍ତାନ ଭାଗ ‌ନେଇଥିଲେ।

ଲୋକସେବା ଭବନସ୍ଥିତ କନ୍‌ଭେନସନ୍‌ କେନ୍ଦ୍ରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ‌କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ, କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା, ଭାରତୀୟ ରଗ୍‌ବି ଫୁଟ୍‌ବଲ୍‌ ୟୁନିଅନ୍‌ ସଭାପତି ବିକ୍ରମ ଆହୁଜା, ରଗ୍‌ବି ଇଣ୍ଡିଆ ବୋର୍ଡ ସଦସ୍ୟ ତଥା ଅଭିନେତା, ନି‌ର୍ଦେଶକ ‌ଓ‌ ଲେଖକ ରାହୁଲ ବୋଷ ଏବଂ ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘ ସଭାପତି ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଦ୍ବାରା ସଫଳତା ଲାଗି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ‌ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ସମସ୍ତ ଖେଳାଳିମାନଙ୍କ ପାଇଁ ଓଡ଼ିଶା ସରକାର, ରବ୍‌ବି ଇଣ୍ଡିଆ ଓ ସହଯୋଗୀ ବ୍ଲେଡ୍‌ ଏୟାର ମୋବିଲିଟି ପକ୍ଷରୁ ମୋଟ ଉପରେ ପ୍ରାୟ ୧୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିବା ଲାଗି ଘୋଷଣା କରାଯାଇଥିଲା। ଓଡ଼ିଶାର ତରୁଲତା ନାଏକ, ମାମା ନାଏକ ଓ ନିର୍ମଲ୍ୟା ରାଉତ ଏହି ୧୫ ଜଣିଆ ଦଳରେ ସ୍ଥାନ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe