ଗମ୍ଭୀରଙ୍କ କାମ ପ୍ରଶିକ୍ଷଣ ଦେବା, ଅନୁମତି ଦେବା...: ହରଭଜନ

ବିସିସିଆଇ ଦ୍ୱାରା ସଦ୍ୟ ଲାଗୁ କରାଯାଇଥିବା ୧୦ଟି ନିୟମକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଖେଳାଳିଙ୍କୁ କୋଚଙ୍କଠାରୁ ଅନୁମତି ନେବା ନିୟମକୁ ନେଇ ଆପତ୍ତି ଉଠାଇଛନ୍ତି ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂହ।

qwrw

wqr

ନୂଆଦିଲ୍ଲୀ: "ବିସିସିଆଇ ନୂଆ ବୋଲି କହି ଜାରି କରିଥିବା ନିୟମ ପୂର୍ବରୁ ଥିଲା। ଆମେ ଖେଳିବା ସମୟରୁ ହିଁ ଏହି ନିୟମ ରହିଛି। ମଝିରେ ଏହାକୁ କିଏ ଏବଂ କାହିଁକି ପରିବର୍ତ୍ତନ କରିଥିଲା, ତା’ର ଯାଞ୍ଚ ହେବା ଜରୁରୀ।" ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂହ ଏଭଳି ଦାବି କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଦଳର ଲଜ୍ଜାଜନକ ପରାଜୟରୁ ଧ୍ୟାନ ହଟାଇବା ପାଇଁ ଏହି ନିର୍ଦ୍ଦେଶାବଳୀ ଏକ ପଦକ୍ଷେପ ହୋଇପାରେ।

ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୧-୩ରେ ପରାଜୟ ହେବାର କିଛି ଦିନ ପରେ, ବିସିସିଆଇ ଦଳରେ ଶୃଙ୍ଖଳା ରକ୍ଷା କରିବା ପାଇଁ ୧୦-ସୂତ୍ରୀ ନିର୍ଦ୍ଦେଶ ଜାରି କରିଥିଲା, ଯେଉଁଥିରେ ଘରୋଇ କ୍ରିକେଟକୁ ବାଧ୍ୟତାମୂଳକ କରିବା ସହିତ ପରିବାର ସଦସ୍ୟଙ୍କ ରହିବା ସମୟ ସୀମିତ କରାଯାଇଛି ଏବଂ ବ୍ୟକ୍ତିଗତ କର୍ମଚାରୀଙ୍କୁ ଗସ୍ତରେ ନେବାକୁ ଅନୁମତି ଦିଆଯାଇନାହିଁ। ଏହା ସହ ସିରିଜ୍ ଚାଲିଥିବା ବେଳେ ବ୍ୟକ୍ତିଗତ ବିଜ୍ଞାପନ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ତେବେ ଅନୁମତି ପାଇଁ କୋଚଙ୍କ ପାଖକୁ ଯିବାକୁ ପଡ଼ିବ ବୋଲି ଜାଣିବା ପରେ ହରଭଜନ ଏହାକୁ ସମର୍ଥନ କରୁନଥିବା କହିଛନ୍ତି।

ତାଙ୍କ କହିବା ମୁତାବକ, "ଆମ ସମୟରେ କିଛି ଜିନିଷ‌ରେ ବିସିସିଆଇର ଅନୁମୋଦନ ଆବଶ୍ୟକ ବୋଲି ଲିଖିତ ଆକାରରେ ଥିଲା। ଅନୁମୋଦନ ପାଇଁ ବିସିସିଆଇକୁ ମେଲ୍ ପଠାଯାଉଥିଲା। ସେତେବେଳେ ମୁଖ୍ୟ ପ୍ରଶିକ୍ଷକଙ୍କର ଅନୁମତିର ଆବଶ୍ୟକତା ନଥିଲା। ଏହା ମୁଖ୍ୟ ପ୍ରଶିକ୍ଷକଙ୍କର କାମ ନୁହେଁ। ଗମ୍ଭୀରଙ୍କ କାମ ହେଉଛି ପଡ଼ିଆରେ କାମ କରିବା ଏବଂ ଖେଳାଳିମାନଙ୍କର ବୈଷୟିକ ତ୍ରୁଟି ଦୂର କରିବା। ପ୍ରଶାସନିକ କାମ ସମ୍ପୂର୍ଣ୍ଣ ଭାବରେ ବୋର୍ଡର ଦାୟିତ୍ବ ଏବଂ ଏହି କାମ ଦାୟିତ୍ୱବାନ ଲୋକଙ୍କ ଉପରେ ଛାଡି ଦିଆଯିବା ଉଚିତ"।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe