ମେକ୍ସିକୋକୁ ପରାଜୟରୁ ରକ୍ଷା କଲେ ଗୁଲେର୍ମୋ

ମେକ୍ସିକୋକୁ ପରାଜୟରୁ ରକ୍ଷା କଲେ ଗୁଲେର୍ମୋ

ଦୋହା: ପଞ୍ଚମ ବିଶ୍ବକପ୍‌ ଖେଳୁଥିବା ମେକ୍ସିକୋ ଗୋଲ୍‌ରକ୍ଷକ ଗୁଲେର୍ମୋ ଓଚୋଆ ଅଭିଜ୍ଞତା ଓ ଦକ୍ଷତାର ପ୍ରମାଣ ଦେଇ ମଙ୍ଗଳବାର ନିଜ ଦଳକୁ ପରାଜୟରୁ ରକ୍ଷା କରିଛନ୍ତି। ଷ୍ଟାଡିୟମ୍‌ ୯୭୪ରେ ଗ୍ରୁପ୍‌ ସି’ର ମ୍ୟାଚ୍‌ରେ ଗୁଲେର୍ମୋଙ୍କ ଦମ୍‌ଦାର ସେଭ୍‌ ବଳରେ ମେକ୍ସିକୋ ଓ ପୋଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବିନା କୌଣସି ଗୋଲ୍‌ରେ ଶେଷ ହୋଇଛି।

ମଙ୍ଗଳବାର ବିଶ୍ବକପ୍‌ରେ ଏହା ଦ୍ବିତୀୟ ଗୋଲ୍‌ଶୂନ୍ୟ ମ୍ୟାଚ୍‌ ଥିଲା। ଦ୍ବିତୀୟାର୍ଦ୍ଧ ବେଳକୁ ୫୪ ମିନିଟ୍‌ରେ ରବର୍ଟ ଲେୱାଣ୍ଡୋସ୍କି ବଲ୍‌କୁ ପିଛା କରିବାକୁ ଯାଉଥିଲା ବେଳେ ପୋଷ୍ଟ ଅଞ୍ଚଳ ଭିତରେ ହେକ୍ଟର ମୋରେନୋ ତାଙ୍କ ଜର୍ସି ଭିଡ଼ି ତାଙ୍କୁ ତଳେ ପକାଇଦେବାରୁ ଏହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ରେଫରି ଫ୍ରି କିକ୍‌ ପାଇଁ ସିଗ୍‌ନାଲ ଦେଇଥିଲେ, କିନ୍ତୁ ଲେୱାଣ୍ଡୋସ୍କିଙ୍କ ଆବେଦନ ପରେ ଭାର୍‌ରେ ଦେଖିବା ପରେ ଏହାକୁ ‌ପୋଲାଣ୍ଡ ସପକ୍ଷରେ ପେନାଲ୍‌ଟି ଦିଆଯାଇଥିଲା। ଲେ‌‌ୱାଣ୍ଡୋସ୍କି ଏହି ପେନାଲ୍‌ଟିକୁ ନେଇଥିଲେ ବି ଗୁଲେର୍ମୋ ବଲ୍‌କୁ ରୋକିବାରେ ସଫଳ ହୋଇଥିଲେ। ଶେଷ ପର୍ଯ୍ୟନ୍ତ ଉଭୟ ଦଳ ଗୋଲ୍‌ ଦେବାକୁ ଏକାଧିକ ପ୍ରୟାସ କରିଥିଲେ ବି ସଫଳ ହୋଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe