ଜୟ ଶାହଙ୍କ ପରେ ବିସିସିଆଇ ସଚିବ ଆସନରେ ବସିବେ ଏହି ବ୍ୟକ୍ତି !

ଡିସେମ୍ବର ୧ରେ ଜୟ ଶାହା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ସର୍ବ କନିଷ୍ଠ ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ପରେ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ (ଜିସିଏ)ର ସଚିବ ଅନିଲ ପଟେଲ ହେବେ ବୋଲି କୁହାଯାଉଛି।

tjayshahtt

ନୂଆଦିଲ୍ଲୀ: ଡିସେମ୍ବର ୧ରେ ଜୟ ଶାହା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ସର୍ବ କନିଷ୍ଠ ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ଦାୟିତ୍ବ ପାଇଁ ସେ ବିସିସିଆଇର ସଚିବ ପଦ ଛାଡ଼ିଥିଲେ। ସେ ଆସନ ଛାଡ଼ିବା ପ‌ରେ ପରବର୍ତ୍ତୀ ସଚିବ କିଏ ହେବେ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ନୂତନ ସଚିବ ପଦ ପାଇଁ ଦୌଡ଼ରେ ଅନେକ ନାମ ରହିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ବିବୃତି ବିସିସିଆଇ ପକ୍ଷରୁ ଆସିନାହିଁ। 

ଏମଧ୍ୟରେ ଚର୍ଚ୍ଚା ହେଉଛି ଯେ, ନୂତନ ସଚିବ ଓ କୋଷାଧ୍ୟକ୍ଷ ଚୟନ କରିବାକୁ ବିସିସିଆଇ ଏହାର ମୁଖ୍ୟାଳୟରେ ଜାନୁଆରି ୧୨, ୨୦୨୫ରେ ଏକ ସ୍ୱତନ୍ତ୍ର ସାଧାରଣ ସଭା (ଏସଜିଏମ) ଆୟୋଜନ କରିବ। କୁହାଯାଉଛି ଯେ, ବର୍ତ୍ତମାନ ବିସିସିଆଇର ନୂତନ ସଚିବ ପଦ ପାଇଁ କାହାକୁ ବଛାଯାଇ ନାହିଁ। ହେଲେ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ (ଜିସିଏ)ର ସଚିବ ଅନିଲ ପଟେଲ ଏହି ଆସନରେ ବସି ପାରନ୍ତି ।

ଅଗଷ୍ଟ ୨୦୨୪ରେ ଜୟ ଶାହା ନୂତନ ଆଇସିସି ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହେବା ପରେ ଦିଲ୍ଲୀ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ସଭାପତି ରୋହନ ଜେଟଲୀ ଏବଂ ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୁମଲ ବିସିସିଆଇ ସଚିବ ହେବେ ବୋଲି କୁହାଯାଉଥିଲା। ହେଲେ ଏବେ ଅନିଲ ପଟେଲଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe