କ୍ରିକେଟର୍‌ ରବୀନ୍ଦ୍ର ଜାଡେଜାଙ୍କ ଘର ପାଲଟିବ କି ରାଜନୀତି ମୈଦାନ ? ବିଜେପିରୁ ପତ୍ନୀ, କଂଗ୍ରେସରୁ ଭଉଣୀ !

Advertisment
କ୍ରିକେଟର୍‌ ରବୀନ୍ଦ୍ର ଜାଡେଜାଙ୍କ ଘର ପାଲଟିବ କି ରାଜନୀତି ମୈଦାନ ? ବିଜେପିରୁ ପତ୍ନୀ, କଂଗ୍ରେସରୁ ଭଉଣୀ !

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ଆରମ୍ଭ କରି ଦେଇଛନ୍ତି। ଏହି ନିର୍ବାଚନରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଜାମନଗର ଉତ୍ତର ଆସନ। କାରଣ ଏହି ନିର୍ବାଚନ ମଣ୍ଡଳୀରେ ଜଣେ ଭାରତୀୟ କ୍ରିକେଟ୍‌ ତାରକାଙ୍କ ପରିବାରର ସଦସ୍ୟଙ୍କ  ମଧ୍ୟରେ ହେବ ଜୋର୍‌ଦାର୍‌ ଲଢ଼େଇ।

ଆମେ କହୁଛୁ କ୍ରିକେଟର୍‌ ରବୀନ୍ଦ୍ର ଜାଡ଼େଜାଙ୍କ ବିଷୟରେ। ଚର୍ଚ୍ଚା ହେଉଛି ଯେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭବା ଜାଡେଜା ବିଜେପିରୁ ନିର୍ବାଚନ ଲଢ଼ିପାରନ୍ତି ଓ ଅପରପକ୍ଷରେ କଂଗ୍ରେସରୁ ଟିକେଟ୍‌ ପାଇ ନିର୍ବାଚନ ଲଢ଼ିପାରନ୍ତି ଜାଡେଜାଙ୍କ ଭଉଣୀ ନୈନା ଜାଡ଼େଜା। ଏହି କାରଣରୁ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଜାମନଗର ଉତ୍ତର ଆସନ।

ଆପଣ ଜାଣିଥିବେ ନିଶ୍ଚୟ ଯେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ କ୍ରିକେଟର୍‌ ରବୀନ୍ଦ୍ର ଜାଡେଜା। ତାଙ୍କ ପରେ ପରେ ତାଙ୍କ ଉଭଣୀ ନୈନା କଂଗ୍ରେସରେ ଯୋଗ ଦେଇଥିଲେ। ଜାଡ଼େଜାଙ୍କ ଭଉଣୀ ନୈନାଙ୍କର ଜାମନଗରରେ ବହୁତ ପ୍ରଖ୍ୟାତି ରହିିଛି। ସେ ଜିଲ୍ଲା ମହିଳା କଂଗ୍ରେସ ଅଧ୍ୟକ୍ଷା ହେବା ସହ ରାଜନୀତିରେ ବେଶ୍‌ ସକ୍ରିୟ।

ତେବେ, ଏବେ ଚର୍ଚ୍ଚା କାରଣ ବନିଛନ୍ତି ଜା‌ଡ଼େଜାଙ୍କ ପତ୍ନୀ ରିଭବା। ତାଙ୍କୁ ବିଜେପି ପକ୍ଷରୁ ଟିକେଟ୍ ମିଳିବାର ଅନେକ ସମ୍ଭାବନା ରହିଛି। ବିଜେପି ପକ୍ଷରୁ ଜାଣିବାକୁ ମିଳିଛି ଯେ ରିଭ୍‌ବା ନିର୍ବାଚନ ଲଢ଼ିବାକୁ ଅନେକ ଥର ନିଜର ଆଗ୍ରହ ପ୍ରକଟ କରିଛନ୍ତି। ସେ ରାଜକୋଟର ବାସିନ୍ଦା। ତାଙ୍କ ବାପା ଜଣେ ଜଣାଶୁଣା ଶିଳ୍ପପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe